ବାରିପଦା,୦୨/୦୨(ପାଇକପୁଅ)ଭାରତୀୟ କଂଗ୍ରେସର ଦୀର୍ଘ ସମୟ ଧରି ଓଡିଶାକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଆସିଥିବା, ଦୁଇ ଥର ରାଜ୍ୟ ସଭା ସାଂସଦ ଓ ଦୁଇ ଥର ଲୋକ ସଭା ସାଂସଦ ଭାବେ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିବା ସହ ଦୀର୍ଘ ଦିନ ଧରି ସି ଡବ୍ଲ୍ୟୁ ସି ସଦସ୍ୟ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥିବା ମୟୁରଭଞ୍ଜ ଜିଲ୍ଲା ତଥା ଓଡିଶାର ଜଣେ ଟାଣୁଆ ଆଦିବାସୀ ନେତ୍ରୀ ସୁଶୀଳା ତିରିଆଙ୍କର ୧ ତାରିଖ ରାତିରେ ଭୁବନେଶ୍ୱର ଏମ୍ସ ରେ ପରଲୋକ ଘଟିଛି।ତାଙ୍କର ପାର୍ଥିବ ଶରୀର ଆଜି ବାରିପଦାରେ ପହଂଚିବା ପରେ ଦଳ ମତ ନିର୍ବିଶେଷରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ପ୍ରଥମେ ତାଙ୍କ ମରାଶରୀରକୁ ପାଲବାଣୀ ବାଇପାସ ଠାରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସହିତ ସମସ୍ତ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଭାପତି, ସମସ୍ତ ମହିଳା ନେତ୍ରୀ, ବିଧାୟକ ପ୍ରାଥୀ, ବିଭିନ୍ନ ସେଲର ପ୍ରମୁଖ, ଜିଲ୍ଲାର ଆଗ ଧାଡିର ନେତା, ଅନେକ ବ୍ଲକ ସଭାପତି, ସହିତ ଶତାଧିକ କଂଗ୍ରେସ କର୍ମୀ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅମର ଆତ୍ମା ର ସତଗତି କାମନା ପୂର୍ବକ ଏକ ଶୋଭାଯାତ୍ରାରେ ତାଙ୍କ ବାରିପଦା ସ୍ଥିତ ବାସଭବନକୁ ଅଣାଯାଇଥିଲା। ବାଟରେ ବିଜୁ ପଟ୍ଟନାୟକ ଗୋଲେଇ ନିକଟରେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ବହୁ ନେତା କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ବାସଭବନକୁ ଶେଷ ଦର୍ଶନ ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୁନିସିପାଲିଟି ଚେୟାର ମେନ କୃଷ୍ଣାନନ୍ଦ ମହାନ୍ତି, ଭାଇସ ଚେୟାରମେନ ସୀମା ଦାସ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପରେ ତାଙ୍କ ମର ଶରୀରକୁ ଶେଷାକୃତ ସମ୍ପର୍ଣ ପାଇଁ ତାଙ୍କ ପିତୃକ ଗ୍ରାମ ଯଶିପୁରକୁ ନିଯାଇଥିଲା। ଶେଷକୃତ ସମ୍ପର୍ଣ ଯାଏ ତାଙ୍କର ବ୍ୟକ୍ତଗତ ରାଜନୈତିକ ପରାମର୍ଷଦାତା ଅଜୟ ମହାପାତ୍ର, ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଜୟତିପ୍ରକାଶ ରଥ, ଭାନୁମିତ୍ର ଆଚାର୍ଯ୍ୟ, ଓ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
