ଯୋଡ଼ା, ୦୧/୦୨(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡ। ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ୩. ୦ କଳାଞ୍ଜଳି ବାର୍ଷିକ ଉତ୍ସବ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ହର୍ଷୌ ଉଲ୍ଲାସ ମଧ୍ୟରେ ଗତ ଶନିବାର ଦିନ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଦିନ ତମାମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ସେଥି ମଧ୍ୟରୁ ପ୍ରମୁଖ ରାମାୟଣ ଓ ମହାଭାରତ ର ନୃତ୍ୟ ଗୀତ।ଯାହାକି ଛାତ୍ର ଛାତ୍ରୀ ସାଂସ୍କୃତିକ ଓ ସାମାଜିକ ଜ୍ଞାନ ବୃଦ୍ଧି ରେ ସହାୟକ ହେବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବର୍ଷା ବୈଶାଳୀ କହିଥିଲେ। ତତ୍ ସହିତ ବିଦ୍ୟାଳୟକୁ ଆଗତ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟର ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନ ବୃଦ୍ଧି ନିମନ୍ତେ ଉତ୍ସାହିତ କରିବା ପାଇଁ କିଛି ଛାତ୍ର ଛାତ୍ରୀଙ୍କୁ ଉପହାର ବିତରଣ କରାଯାଇ ଥିଲା।ଏହି ଉତ୍ସବକୁ ଯୋଡ଼ା ବ୍ଲକ ବିଡିଓ ଦାନିସ ବେହେରା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ବ୍ଲକ ଚେୟାରମ୍ୟାନ କବିନ୍ଦ୍ର ନାଏକ,ସମ୍ମାନୀତ ଅତିଥି ଭାବେ ଏ ବିଓ ବିରଞ୍ଚି ନାରାୟଣ ଶତପଥୀ,ଚିଫ୍ ସ୍ପିକର ବଡବିଲ କଲେଜ ଓଡ଼ିଆ ଅଧ୍ୟାପକ ଅସିତ୍ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ସମିତି ସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ମନ ମୁଗ୍ଧକର କରିଥିଲେ।ସଭାକୁ ଉଦବୋଧନ ଦେଇ ମୁଖ୍ୟ ଅତିଥି କହିଥିଲେ ଯେ ଏକାଗ୍ରତା ସହିତ ବିଦ୍ୟା ଅଧ୍ୟୟନ କଲେ ମନମଧ୍ୟରେ ସାଇତି ରଖି ଥିବା ଲକ୍ଷ୍ୟ କେତେ କଷ୍ଟ ହେଲେ ମଧ୍ୟ ତାହା ସାଧନ କରାଯାଇ ପାରିବ।ତେବେ ସଭାରେ ସମସ୍ତ ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କର ବୌଦ୍ଧିକ,ଗୁଣାତ୍ମକ ଓ ଆଚାର ବ୍ୟବହାର କିପରି ବୃଦ୍ଧି ହେବ ତାହା ପାଇଁ ସଭାରେ ଜ୍ଞାନ ପ୍ରଦାନ କରିଥିଲେ।

