ବାରିପଦା, ୦୧/୦୨(ପାଇକପୁଅ)ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଦ୍ଵାଦଶ ମୟୂରଭଞ୍ଜ ପୁସ୍ତକ ମେଳା ଉଦଦଯାପିତ ହୋଇଯାଇଛି। ପୁସ୍ତକ ମେଳା କମିଟିର ସଭାପତି ପଦ୍ମନାଭ ସାହୁଙ୍କ ପୌରୋହିତ୍ଯରେ ଆୟୋଜିତ ଉଦଯାପନୀ ଉତ୍ସବରେ ବାରିପଦା ଉପଜିଲ୍ଲାପାଳ ବିଶିଷ୍ଟ କବି ଓ ବାଗ୍ମୀ ଡଃ ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି, ମାସିକ ଓଡିଆ ସାହିତ୍ୟ ପତ୍ରିକା ଯୁଗଶ୍ରୀ ଯୁଗନାରୀ ସମ୍ପାଦିକା ମମତା ମହାପାତ୍ର ମୁଖ୍ୟବକ୍ତା ଏବଂ ମୟୂରଭଞ୍ଜ ମାଟିର ସୁକନ୍ୟା ପୂର୍ବତନ ରାଜ୍ଯ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ବୌଦ୍ଧିକ ବିକାଶ ପାଇଁ ପୁସ୍ତକ ପଠନ ଏକାନ୍ତ ଅପରିହାର୍ଯ୍ୟ। ସାମ୍ପ୍ରତିକ ଏଆଇ ଭଳି ଅତ୍ୟାଧୁନିକ ଟେକନୋଲୋଜି ଦୁନିଆରେ ମଧ୍ୟ ପୁସ୍ତକ ମଣିଷର ଉତ୍ତମ ପଥପ୍ରଦର୍ଶକ ସାଜିଛି ବୋଲି କହିଥିଲେ. ସମ୍ପାଦକ ଇଂ ମନୋଜ କୁମାର ଦଳବେହେରା ମହୋତ୍ସବ ଆୟୋଜନ ଓ ପରିଚାଳନାରେ ଜିଲ୍ଲା ପ୍ରଶାସନଙ୍କ ସକାରାତ୍ମକ ମନୋଭାବ ସମ୍ବନ୍ଧରେ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ପ୍ରକାଶ କରି ରାଜ୍ୟ ତଥା ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଭୂବନେଶ୍ବରର ଲକ୍ଷ୍ମୀ ଚାନ୍ଦଙ୍କୁ ଉପନ୍ୟାସ, ବାଲେଶ୍ଵରର ଡଃ ଦେବାଶିଷ ପାତ୍ରଙ୍କୁ ଗଳ୍ପ, ବଲାଙ୍ଗୀରର ସୁଜିତ କୁମାର ଶତପଥୀଙ୍କୁ କବିତା ଓ ଝାରସୁଗୁଡ଼ାର ସ୍ନିଗ୍ଧା ନାୟକଙ୍କୁ ଶିଶୁ ସାହିତ୍ଯରେ ଉଲ୍ଲେଖନୀୟ ସଫଳତା ପାଇଁ ଚଳିତବର୍ଷର ମୟୂରଭଞ୍ଜ ପୁସ୍ତକ ମେଳା ସାରସ୍ବତ ପୁରସ୍କାର ଏବଂ ମୟୁରଭଞ୍ଜର କୃତୀ ପ୍ରତିଭା ଇଂ ସୁଶାନ୍ତ କୁମାର ବେହେରାଙ୍କୁ ବିତନୁ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା. ସଦସ୍ଯ ଡ.ଗାୟତ୍ରୀ ଦେ, ଶଙ୍କର ଜେନା, ଗୋପାଳ ସାଓ, ଜୟଶ୍ରୀ ଜେନା ଓ ରାଜଲକ୍ଷ୍ମୀ ତ୍ରିପାଠୀ ସମ୍ବର୍ଦ୍ଧନା ପତ୍ର ପାଠ କରିଥିବା ବେଳେ,ବରିଷ୍ଠ ସଦସ୍ଯା ସୁସ୍ମିତା ଘୋଷାଲ, ସଂଯୁକ୍ତା ଚାନ୍ଦ ଓ ସୁପ୍ରୀତି ଦଳବେହେରା ସହଯୋଗ କରିଥିଲେ. ସେହିପରି ଛାତ୍ରଛାତ୍ରୀ, ମହିଳା ବର୍ଗ ତଥା ଅଭିଭାବକଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ୮୦ରୁ ଉର୍ଦ୍ଧ୍ବ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।କବି ପାର୍ବତୀ ବାରିକ ଧନ୍ୟବାଦ ଦେଇଥିବା ବେଳେ, ସଦସ୍ୟ ଅଧ୍ୟାପକ ସମରେନ୍ଦ୍ର ବଶା, ସନ୍ଦୀପ କୁମାର ଚାନ୍ଦ, ଡ. ଶଶିଧର ବିଶ୍ବାଳ, ଶିଉଲାଲ ମହାନ୍ତ, କାବେରୀ ମିଶ୍ର, ଜ୍ୟୋତିର୍ମୟୀ କବାଟ, ବାସନ୍ତୀ ଲତା ମହାପାତ୍ର, ସ୍ନେହଲତା ନାୟକ, ସ୍ବପ୍ନା ଦଣ୍ଡପାଟ, ପ୍ରଦୀପ କୁମାର ଭୂୟାଁ, ଜଗନ୍ନାଥ ସାହୁ, ଅଜିତ କୁମାର ପାଣିଗ୍ରାହୀ, ବିରଜା ଦେବୀ, ଅଚ୍ୟୁତ ମହାପାତ୍ର, ଦୀପକ କୁମାର ଦଣ୍ଡପାଟ, ଡ.ସଞ୍ଜୀବ କୁମାର ପାଣିଗ୍ରାହୀ, ବନମାଳୀ ପାତ୍ର, ଅଜିତ କୁମାର କବାଟ, କୈବଲ୍ୟ ପ୍ରସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

