ରାୟଗଡା,୩୧/୧,(ପାଇକପୁଅ) ଆଦିବାସୀ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠିକି ପ୍ରସାଶନର ଦୃଷ୍ଟି ପଡୁନଥିବାରୁ ବର୍ଷ ବର୍ଷଧରି ଯାତାୟତରେ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ଦୁଇ ସାହି ମଧ୍ୟରେ ଥିବା ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ବହୁବାର ଦାବି ପରେ ନିର୍ମାଣ ନହେବାରୁ ବାଧ୍ୟ ହୋଇ ଲୋକେ ଗ୍ରାମବାସୀ ମାନେ ମିଶି ନିର୍ମାଣ କରିଛନ୍ତି ଏକ କାଠପୋଲ। ରାୟଗଡ଼ା ଜିଲ୍ଲାର ଉପାନ୍ତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ସିତାଗୁଡି ଗାଁ। ଗାଁର ତିନି ସାହିରେ ରୁହନ୍ତି ୪୦ରୁ ଉର୍ଦ୍ଧ ଆଦିବାସୀ ପରିବାର। କାହିଁ କେଉଁ ଆବାହମାନ କାଳରୁ ରହି ଆସୁଥିବା ଏହି ଗାଁଟି ତିନୋଟି ସାହି ୩ଭାଗରେ ବିଭକ୍ତ ହୋଇଛି। ତେବେ ପନ୍ଦର ଘର ଥିବା ପ୍ରଥମ ସହିଟିକୁ ସୀତାଗୁଡ଼ି ଭାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ଶେଷ କରିଛି ସମ୍ପୃକ୍ତ ବିଭାଗ। ତେବେ ଗୋଟିଏ ସାହିରୁ ଅନ୍ୟ ସାହିକୁ ଯାତାୟତ ପାଇଁ ରାସ୍ତାରେ ପଡ଼େ ଗୋଟିଏ ନାଳ। ଯାହା ଫଳରେ ନାଳ ପାର ହୋଇ ସ୍କୁଲ ପିଲା ଓ ଗ୍ରାମବାସୀ ଯାତାୟତରେ ଅସୁବିଧା ଭୋଗୁଛନ୍ତି। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ନିର୍ମାଣ କଲେ କାଠପୋଲ। ଏହି ଗାଁଟି ରାୟଗଡ଼ା ଜିଲ୍ଲାରେ ଥିବାବେଳେ ବଜାର ପାଇଁ ଲୋକେ ନିର୍ଭର କରନ୍ତି ପଡ଼ୋଶୀ କନ୍ଧମାଳ ଜିଲ୍ଲାର ଧାରାକୋଟ ସାପ୍ତାହିକି ବଜାର ଉପରେ । ତେଣୁ ଏହି ପୋଲଟିକୁ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ।

