ମୁନିଗୁଡା,୩୦/୦୧(ପାଇକପୁଅ)ସହରରେ ଘଟିଛି ଏକ ଜଘନ୍ୟ ହତ୍ୟା କାଣ୍ଡ। ଗଳା କାଟି ବ୍ରାହ୍ମଣ ସାହିର କୈଳାସ ଚନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇ ଥିବା ଜଣାପଡ଼ିଛି। କୈଳାଶ କ୍ଷତାକ୍ତ ଅବସ୍ଥାରେ ଘର ଦାଣ୍ଡରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇ ଖ୍ରୀଷ୍ଟିଆନ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କୈଳାସଙ୍କ ବେକ କିଏ ଓ କାହିଁକି କାଟିଲା ସ୍ପଷ୍ଟ ହୋଇପାରିନଥିବା ବେଳେ ଡାକ୍ତରଖାନାରେ ବିଷମକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

