ବାରିପଦା,୨୭/୦୧(ପାଇକପୁଅ)ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସମ୍ପର୍କ ପରିବାରର ସଭାପତି ସଂଜୀବ ରାଉତ, ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ୱରେ ପାଳିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରେଷ୍ଠ ଗବେଷିକା ପୁରସ୍କାର ପ୍ରାପ୍ତ ଯୁବ ଗବେଷିକା ଲିପ୍ସା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ବରିଷ୍ଠ ମହିଳା ସମାଜସେବୀ ତଥା ଶିକ୍ଷବିତ ସୁମିତ୍ରା ମିଶ୍ର ଏବଂ ବରିଷ୍ଠ ପରିବେଶ କର୍ମୀ ତଥା ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ ରବିନ୍ଦ୍ର ନାଥ ମୁର୍ମୁଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ସମ୍ପର୍କ ଛକକୁ ତ୍ରିରଙ୍ଗା ପତାକାରେ ସୁସଜ୍ଜିତ କରାଯିବା ସହ ହଜାରହଜାର ପଥଚାରୀଙ୍କୁ ଲଡୁ ବଣ୍ଟନ କରାଯାଇଥିଲା।ଦୀପକ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅଭିଜିତ ମହାନ୍ତି, ପ୍ରିୟବ୍ରତ ମିଶ୍ର, ହରେକୃଷ୍ଣ ଦାସ, ସୌଭାଗ୍ୟ କୁମାର ମହାପାତ୍ର, ଅର୍ଜ୍ୟଭଟ ମହାନ୍ତି, ଶାରଦା ପ୍ରସାଦ ବାରିକ, ଜୟ ବୋଷ, ଲକ୍ଷ୍ମଣ ଜେନା, ଚନ୍ଦନ ବିଶ୍ୱାଳ, ବିଶ୍ୱଜିତ ପଟ୍ଟନାୟକ ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଦେଶାତ୍ମବୋଧକ ଅର୍କ୍ରେଷ୍ଟା ପରିବେଷଣ କରାଯାଇଥିଲା।

