କୋଣାର୍କ, ୨୭/୦୧(ପାଇକପୁଅ) ସମଗ୍ର ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଏନଏସି କାର୍ଯ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି।ପରିଷଦର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା ପରିଷଦରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ,ସମସ୍ତ କାଉନସିଲର ମାନେ ଉପସ୍ଥିତ ରହିଥିଲେ।ସେହିପରି କୋଣାର୍କ,ଚନ୍ଦ୍ରଭାଗା ଓ ରାମଚଣ୍ଡୀ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଦପ୍ତର,ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି।କୋଣାର୍କର ହୋଟେଲ ବ୍ୟବସାୟୀ ସଂଘ,ହସ୍ତଶିଳ୍ପ ମହାସଂଘ, ଭଗବତୀ ମହାବିଦ୍ୟାଳୟ,ସରକାରୀ ଉଚ୍ଚ ବିଦ୍ୟାଳୟ,ଶିଶୁ ମନ୍ଦିର ସହ ବିଭିନ୍ନ ସଙ୍ଗଠନରେ ସାଧାରଣତନ୍ତ୍ର ପାଳନ ହୋଇଯାଇଛି। ଅନ୍ୟପଟେ ସାମ୍ବାଦିକ ସଂଘ, ଭାଜପା କାର୍ଯ୍ୟାଳୟ,କୋଣାର୍କ,ନବୋଦୟ ବିଦ୍ୟାଳୟ ସହିତ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି।ପ୍ରେସ କ୍ଲବର ବରିଷ୍ଟ ସାମ୍ବାଦିକ ତଥା ଉପଦେଷ୍ଟା ସଞ୍ଜୟ କୁମାର ପତି କ୍ଲବ ପରିସର ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବର ସମ୍ପାଦକ ବିଚିତ୍ର ଓଝା,ସଭ୍ୟ ତାରେକଶ୍ୱର ବରାଳ, ଦେବୀ ପ୍ରସାଦ ନାୟକ,ଅଭୟ କୁମାର ନାୟକ,ଗୋପବନ୍ଧୁ ପତି,ଗଙ୍ଗାଧର ବେଉରା ପ୍ରମୁଖ ଉପସ୍ଥିତ ରହିଥିଲେ।

