ବାରିପଦା, ୨୭/୦୧(ପାଇକପୁଅ)ବାରିପଦାର ଅଗ୍ରଣୀ ଡାନ୍ସ୍ ଗ୍ରୁପ୍ ଶାନ୍ତି ଡାନ୍ସ୍ ଗ୍ରୁପ୍ର ବାର୍ଷିକ ନୃତ୍ୟ ପ୍ରତିଯୋଗିତା ତା ୨୫/୦୧/୨୦୨୬ ରିଖ ଶାନ୍ତି ବିଦ୍ୟା ମନ୍ଦିର ର ୱାଳିଗଞ୍ଜ ଶାଖା ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାକୁ ଶାନ୍ତି ବିଦ୍ୟା ମନ୍ଦିରର ଅଧ୍ୟକ୍ଷା ମଧୁସ୍ମିତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଭାବେ ବାରିପଦାର ସୁପରିଚିତ ନୃତ୍ୟ ଗୁରୁ ଶ୍ରୀ ହୃଦାନନ୍ଦ ବାରିକ ଏବଂ ସୁନାମଧନ୍ୟ ନୃତ୍ୟ ସଂଯୋଜକ ଶ୍ରୀ ଦିଲ୍ଲୀପ ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ବିଚାରକ ମଧ୍ୟରେ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ନରେନ ପାତ୍ର ଏବଂ ଦେବାନନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ସବ୍-ଜୁନିୟର, ଜୁନିୟର, ସିନିୟର ବିଭାଗରେ ସୋଲୋ, ଡ୍ୟୁଏଟ୍ ଆଦି ବର୍ଗର ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ଫେବୃଆରୀ ମାସ ୭ ତାରିଖ ଦିନ ବାରିପଦାର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ *”ପ୍ରତିବିମ୍ବ”* କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ପଟ୍ଟନାୟକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶାନ୍ତି ବିଦ୍ୟା ମନ୍ଦିରର ୱାଲିଗଞ୍ଜ ଶାଖା, ଓ ମୁର୍ଗାବାଡ଼ି ଶାଖାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଶାନ୍ତି ଡାନ୍ସ ଗ୍ରୁପ୍, ଶାନ୍ତି ଡାନ୍ସ ଷ୍ଟୁଡ଼ିଓର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶିବାନୀ ଶଙ୍କର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଉପଦେଷ୍ଟା ଶ୍ରୀଯୁକ୍ତ ସତ୍ୟମ୍ ଶିବାମ ସୁନ୍ଦରମ୍, ଓ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଦାସ ଏବଂ ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

