ବାରିପଦା,୦୮/୦୧(ପାଇକପୁଅ)ଷ୍ଟେସନ ଆଥେଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ ପ୍ରିମୀୟର ଲିଗର ୫ମ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଲିଗର ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଆଥଲେଟିକ ଆସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଏବଂ କ୍ଲବର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ମ୍ୟାଚରେ ମା’ ତାରିଣୀ ୱରିୟାର୍ସ ୭ ଉଇକେଟରେ ମା’ ଅମ୍ବିକା ସୁପର ସ୍ମାସର ଦଳକୁ ପରାସ୍ତ କରିଥିବା ବେଳେ ରିତୁନ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ, ୨ୟ ମ୍ୟାଚରେ ଏମାରଜିଙ୍ଗ ଟାଇଟନ ୧୨ ରନରେ ଭି-ରୋର ଦଳକୁ ପରାସ୍ତ କରିଥିବା ବେଳେ ସଂଜୀବ ମହାପାତ୍ର ମ୍ୟାନ ଅଫ ଦି ମ୍ୟାଚ, ୩ୟ ମ୍ୟାଚରେ ଆଞ୍ଜେଲ ରଣା ଦଳ ୫୯ ରନରେ ଥ୍ରୀଲୋର ଦଳକୁ ପରାସ୍ତ କରିଥିବା ବେଳେ ଅମରେନ୍ଦ୍ର ସାମନ୍ତ ମ୍ୟାନ ଅଫ ଦି ମ୍ୟାଚ ଏବଂ ୪ର୍ଥ ମ୍ୟାଚରେ ପରି ଚାଲେଞ୍ଜର ୨୯ ରନରେ ଜଗନ୍ନାଥ ୱରିୟାର୍ସ ଦଳକୁ ପରାସ୍ତ କରିଥିବା ବେଳେ ଶଙ୍କର ସାହୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଓ ତାପସ ଦେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ। ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ।
