ବାରିପଦା, ୩୦/୧୨(ପାଇକପୁଅ) ବାରିପଦାରେ ଶାମ୍ବ ଦଶମୀ ତିଥିରେ ପାଳିତ ହେଉଥିବା ସୂର୍ଯ୍ୟପୂଜାର ପରମ୍ପରା ବେଶ ପୁରୁଣା। ତେବେ ଚଳିତ ବର୍ଷ ବାରିପଦା ବାଘଡ଼ା ରୋଡ ଠାରେ ଦୀର୍ଘ ୫୯ ବର୍ଷ ଧରି ସାର୍ବଜନୀନ ପୂର୍ଜ୍ୟପୂଜା ଅନୁଷ୍ଠିତ ହୋଇଆସୁଛି।ଆଜି ପବିତ୍ର ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବଙ୍କ ପୂଜା ବିଧି ଆଉ ପେଣ୍ଡେଲ ରେ ଶୋଭା ପାଉଛନ୍ତି ସୁନ୍ଦର ମୃର୍ଣ୍ଣୟ ସୂର୍ଯ୍ୟଦେବଙ୍କ ମୂର୍ତ୍ତି।ଏହି ଅବସରରେ ଭକ୍ତିମୟ ପରିବେଶ, ସଂକୀର୍ତ୍ତନ ଏବଂ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୋମ କୁଣ୍ଡରେ ଯଜ୍ଞ ଆଦି ଦେଖିବାକୁ ଏବଂ ଠାକୁରଙ୍କ ଆଶିଷ ପାଇବାକୁ ଭକ୍ତଙ୍କ ଭୀଡ ଲାଗିଥିଲା।ଆଜି ସକାଳେ ପ୍ରଥମେ ବୁଢାବଳଙ୍ଗ ନଦୀରୁ ଘଟ ଉତ୍ତୋଳନ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସୂର୍ଯ୍ୟ ଦେବଙ୍କ ଘଟକୁ ଅଣାଯାଇଥିଲା।ଢୋଲ ମାଦଳ ବଜାଇ ମହିଳା ମାନେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିବା ସହ, ସଂକୀର୍ତ୍ତନ ମଣ୍ଡଳିଙ୍କ କୀର୍ତ୍ତନ, ଆଦିବାସୀ ସମ୍ପ୍ରଦାୟରେ ମହିଳା ମାନେ ମୁଣ୍ଡରେ କଳସ ଧରି ଅତି ସୁନ୍ଦର ପାରମ୍ପରିକ ନୃତ୍ୟଗୀତରେ ସୂର୍ଯ୍ୟ ଘଟ କୁ ପାଛୋଟି ନେଇଥିଲେ ପୁଜା ମଣ୍ଡପକୁ।ସୂର୍ଯ୍ୟଦେବଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ ପୁଣ୍ୟ ମିଳିବ ସହ ବହୁ ଅସାଧ୍ୟ ରୋଗରୁ ଆରାଗ୍ୟ ହୋଇଥାଏ ବୋଲି ବିଶ୍ୱାସ ଥିବାରୁ ସୂଯ୍ୟପୂଜା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

