ଯୋଡ଼ା, ୩୦/୧୨(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ଯୋଡ଼ା ଟାଉନ କଂଗ୍ରେସ ତରଫରୁ କଳାପାହାଡ଼ ତାରିଣୀ ମନ୍ଦିର ନିକଟରେ ଥିବା ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ରାଲି ଆରମ୍ଭ କରିଥିଲେ।ଏହି ରାଳି ରେ ଯୋଡ଼ା ର ବହୁ ସଂଖ୍ୟକ କଂଗ୍ରେସ ର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ।ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଯୋଡ଼ା ର ସର୍ବାଙ୍ଗୀନ ଉନ୍ନତି ଓ ବିଭିନ୍ନ ପ୍ରକାର ସମସ୍ୟା ର ସମାଧାନ ନିମନ୍ତେ ଶୋହଳ ଦଫା ଦାବି ନେଇ ଯୋଡ଼ା ପୌରପାଳିକା କାର୍ଯ୍ୟାଳୟରେ ଜାତୀୟ କଂଗ୍ରେସ ଜିନ୍ଦାବାଦ ଓ ବିଭିନ୍ନ।ପ୍ରକାର ସ୍ଲୋଗାନ ମାନ ଦେଇ ପହଞ୍ଚି ଥିଲେ।ଏହି କାର୍ଯ୍ୟକ୍ରମ ଦିବା ବାର ଘଟିକରୁ ଆରମ୍ଭ ହୋଇ ଦିବା ଏକ ଘଟିକା ରେ ଶେଷ ହୋଇଥିଲା। ତେବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଏମ ଇ ମନୋଜ ବେହେରାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର କୁ ପଢି ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟ କ୍ରମ ରେ ଓଡ଼ିଶା ଆଦିବାସୀ ସେସ ଚେୟାର ମନ୍ ଶ୍ରୀ ୟସବନ୍ତ ସିଂ ଲାଗୁରୀ,ବଡବିଲ ଟାଉନ ପ୍ରେସିଡେଣ୍ଟ ଅମିତ୍ ମହାନ୍ତ ,ଜିଲ୍ଲା ସମ୍ପାଦକ ରୂପ ରଞ୍ଜନ ପଣ୍ଡା ଓ କଂଗ୍ରେସ କମିଟି ସଦସ୍ୟ କାର୍ତ୍ତିକ ନାଗ,ମିଥୁନ ମୁଣ୍ଡା ଉପସ୍ଥିତ ଥିଲେ।ଏହି ରଲି କୁ ଯୋଡ଼ା ଟାଉନ ପ୍ରେସିଡେଣ୍ଟ ସୁବ୍ରତ କୁମାର ନାୟକ ପରିଚାଳନା କରିଥିଲେ।

