କାଲିମେଳା,୨୬/୧୨(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲାର ଦୁର୍ଗମ ଡଣ୍ଡକାରଣ୍ୟ ଅଞ୍ଚଳରେ ଶିକ୍ଷାର ଉଜ୍ଜ୍ୱଳ ଦୀପଶିଖା ଭାବେ ପ୍ରତିଷ୍ଠିତ ସାବରୀ ବିଦ୍ୟା ଭବନ (ଏମ୍ଭି-୭୯) ନିଜର ୫୦ ବର୍ଷ ପୂର୍ତ୍ତି ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରୁଛି। ୧୯୭୬ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ୧୯୮୦ରୁ ୧୯୯୦ ବ୍ୟାଚ୍ର ପୂର୍ବତନ ଛାତ୍ରଛାତ୍ରୀମାନେ ଆୟୋଜନ କରିଛନ୍ତି।ତିନି ଦିନ ବ୍ୟାପୀ ଏହି ଉତ୍ସବର ଦ୍ୱିତୀୟ ଦିନରେ ବ୍ରଜ କିଶୋର ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ବିଜୟ କୁମାର ଶିକଦାର, ମୁକୁଳ ମଣ୍ଡଳ (୧୯୮୦ ବ୍ୟାଚ୍), ବର୍ତ୍ତମାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ସୁବୁଦ୍ଧି ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ଶିକ୍ଷକ ମାଣିକ ଲାଲ ଘୋଷ, ଅମିୟ ବୋଷ, ପ୍ରତିମା ପାଉଲ, ଲୀଳାବତୀ ମୁନ୍ସି ଓ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ମୁହୂର୍ତ୍ତରେ ଉପସ୍ଥିତ ସମସ୍ତଙ୍କ ଆଖି ଆର୍ଦ୍ର ହୋଇଉଠିଥିଲା। ମଞ୍ଚ ପରିଚାଳନାର ଦାୟିତ୍ଵ ପ୍ରଶାନ୍ତ ସରଦାର ଓ ଶ୍ୟାମଲ ମଜୁମଦାର ସୁଚାରୁ ରୂପେ ନିର୍ୱାହ କରିଥିଲେ।
ତିନି ଦିନର ଏହି ଉତ୍ସବରେ ପୁରୁଣା ସ୍ମୃତି ଚାରଣ, ଆନନ୍ଦ ବିନିମୟ, ନାଟକ ପରିବେଷଣ, ଗୀତ ଗାୟନ, ଖେଳ ପ୍ରତିଯୋଗିତା, ପୁସ୍ତକ ଉନ୍ମୋଚନ, ବୃକ୍ଷରୋପଣ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦୂର ଦୂରାନ୍ତରୁ ଆସି ପୁରୁଣା ବନ୍ଧୁମାନେ ଏକାଠି ହେବାର ଏହି ମୁହୂର୍ତ୍ତ ହସ ଓ କାନ୍ଦଣାର ମିଶ୍ରଣରେ ବାଲ୍ୟ ଦିନକୁ ଫେରି ନେଇଥିଲା।ପୂର୍ବ ଛାତ୍ର କମିଟିର ସଭାପତି ଅମିୟ ବୈରାଗୀ, ଉପ-ସଭାପତି ଦୀପକ ଦତ୍ତ, ସଚିବ ପ୍ରଶାନ୍ତ ସରଦାର, ଯୁଗ୍ମ ସଚିବ ସଚିନ କୃଷ୍ଣ ସାନା ଓ ରାହୁଲ ଦେବ ବିଶ୍ୱାସ, କ୍ୟାଶିଅର ଗୋବିନ୍ଦ ହାଲଦାର ଏବଂ ସଦସ୍ୟ କୃଷ୍ଣ ମଣ୍ଡଳଙ୍କ ନେତୃତ୍ୱରେ ଏହି ଉତ୍ସବ ସଫଳ ହୋଇଛି। ଉପଦେଷ୍ଟାମାନେ ହେଲେ ମୁକୁଳ ମଣ୍ଡଳ, ସପନ କିଟ୍ଟନିଆ, ରବିନ୍ଦ୍ର ଧର, ରତନ ରାୟ, ସୁନିଲ ଐଚ, ଦୟାଲ ବୈରାଗୀ, ସୁରେଶ ମେହେତା, ନିମାଇ ପାଉଲ, ବିଦ୍ୟୁତ ବିଶ୍ୱାସ ଓ ଶ୍ୟାମଲ ମଜୁମଦାର।ଏହି ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଅଗ୍ରଣୀ ଭୂମିକା ନିର୍ୱାହ କରିଆସୁଥିବା ସାବରୀ ବିଦ୍ୟା ଭବନ ପାଇଁ ଏହି ସୁବର୍ଣ୍ଣ ଜୟନ୍ତୀ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଠି କରିଛି।

