ବାରିପଦା, ୨୬/୧୨(ପାଇକପୁଅ)ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ ପବିତ୍ର ବଡଦିନ ଅବସରରେ ନଛିପୁର, ଖୁଣ୍ଟା ଠାରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଫେଟ ରାଜୀବ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ଅତିଥି ଭାବେ ପୂର୍ବତନ କୃଷିନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାରିପଦାର ପୂର୍ବତନ ଉପନଗରପାଳ ଜୀତେନ୍ଦ୍ର ମହାନ୍ତି, ବାବୁଲା ପାତ୍ର, ପ୍ରଶନ୍ନ ପାତ୍ର,ଗୁରୁପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଭୂ ଯୀଶୁ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି କହିଥିଲେ. ଏହି ଅବସରରେ ଫାଦର ଗୋଲକ ନାଥ ଜେନା ପ୍ରଭୁ ଯୀଶୁ ଙ୍କର ବାର୍ତ୍ତା ପ୍ରଚାର କରିଥିଲେ।ପରେ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ମାନେ ସମୁହ ପ୍ରାର୍ଥନା କରିବା ସହିତ କେକ କାଟି ବଡ଼ ଦିନ ପର୍ବକୁ ଧୁମ ଧାମରେ ପାଳନ କରିଛନ୍ତି।

