କୋଣାର୍କ, ୨୨/୧୨(ପାଇକପୁଅ)କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ମାଳ, ମାଳ ନିଶା ଖୋର ଫଟୋଗ୍ରାଫର। ଏମାନଙ୍କୁ ଏହା ଭିତରେ ପ୍ରଶୟ ଦେଉଛି ପ୍ରତ୍ନତତ୍ତ୍ୱ ବିଭାଗ। କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ୧୦ ଜଣ ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର ଓ ସୂର୍ଯ୍ୟ ମନ୍ଦିର ସୁରକ୍ଷା ମହାସଙ୍ଗର ୧୯୨ ଜଣ ଫଟୋଗ୍ରାଫର ପ୍ରତିଦିନ ପାଳି କରି ମନ୍ଦିର ଭିତରକୁ ଯାଉଥିବା ବେଳେ, କିଛି ନିଶାଡୀ ଫଟୋ ଗ୍ରାଫର, ଯେଉଁ ମାନଙ୍କର ମନ୍ଦିର ଭିତରକୁ ଯିବା ନିମନ୍ତେ ଅନୁମତି ନାହିଁ, କି ସେମାନେ କୌଣସି ସଙ୍ଘର ସଭ୍ୟ ନୁହଁନ୍ତି। କିନ୍ତୁ ସେମାନଙ୍କୁ କଣ ପାଇଁ ଛାଡ଼ୁଛି ପ୍ରତ୍ନତତ୍ତ୍ୱ ବିଭାଗ? ଏହା ସାଧାରଣରେ ପ୍ରଶ୍ନ ହେଉଛି, ସେମାନେ ସୂର୍ଯ୍ୟ ମନ୍ଦିର ଭିତରକୁ ମନଇଚ୍ଛା ଯାଇ ତା ଭିତରେ ଡ୍ରଗ୍ସ ସେବନ କରୁଛନ୍ତି, ଓ ଚୋରୀ ମଧ୍ୟ କରୁଥିବା କଥା କିଛି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ଯାହା ଫଳରେ ମନ୍ଦିର ଭିତରେ ପର୍ଯ୍ୟଟକ ବି ସୁରକ୍ଷିତ ନୁହଁନ୍ତି। ଏମାନଙ୍କୁ ପ୍ରଶୟ ଦେଉଛି କିଏ? କୌଣସି ପ୍ରମାଣ ପତ୍ର ନଥାଇ ଏମାନେ ନିଜ କୁ ଫଟୋଗ୍ରାଫର କହି ମନ୍ଦିର ଭିତରକୁ କାହିଁକି ଯାଉଛନ୍ତି, ଏକଥା କୋଣାର୍କ ଅଞ୍ଚଳ ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

