ଭୁବନେଶ୍ୱର,୦୭/୦୯ (ପାଇକପୁଅ): ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ପେଶାଲ ଟ୍ରେନର ପରିଚାଳନା କରିବ: ଟ୍ରେନ ବିବରଣୀ-ଟ୍ରେନ୍ ନମ୍ବର ୦୭୨୨୫/୦୭୨୨୬ ଚେରଲାପାଲି – ଖାଲିମାର ଚେରଲାପାଲି ସାପ୍ତାହିକ ସ୍ପେଶାଲ, ଚେରଲାପାଲିରୁ: ୧୩ ଅକ୍ଟୋବର ୨୦୨୫ ପି. ପ୍ରତି ସୋମବାର ୦୪:୩୦ ଘଣ୍ଟାରେ ଛାଡିବ। ଶାଳିମାରରୁ: ୧୪ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ୧୦:୦୦ ଘଣ୍ଟାରେ ଛାଡିବ। ରହଣିସ୍ଥଳ (ଉଭୟ ପଟୁ)- ଟ୍ରେନ୍ ନିମ୍ନଲିଖୂତ ଷ୍ଟେସନଗୁଡ଼ିକରେ ରହଣି କରିବ: କାଜିପେଟ, ୱାରାଙ୍ଗଲ, ମହବୁବାବାଦ,ଖମାମ୍ ରାୟନାପାଡ଼ୁ, ଏଲୁରୁ, ରାଜମଣ୍ଡି ସମଲକୋଟ, ଚୁନି, ଦୁଭଭାଡା, ବିଜୟନଗରମ୍,ଶ୍ରୀକାକୁଲମ୍ ରୋଡ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଯାଜପୁର
କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ଵର, ଖଡ଼ଗପୁର, ଏବଂ ସାନ୍ତରାଗାଛି। କୋଚ୍ ସଂରଚନା:୦୨ ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍, ୦୪ ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୧୩ଟି ସ୍ଲିପର ଶ୍ରେଣୀ କୋଚ୍, ୦୩ ଟି ଦ୍ୱିତୀୟ ଶ୍ରେଣୀ ସିଲିଂ କୋଚ୍, ୦୨ ଟି ଲଗେଜ୍ ଭ୍ୟାନ୍–କମ୍ ଦ୍ୱିତୀୟ ଶ୍ରେଣୀ କୋଚ୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ) ।

