ମାଲକାନଗିରି:୦୬/୦୯:ପାଇକପୁଅ)ମାଲକାନଗିରି ଜିଲ୍ଲାରେ ଯୋଜନା ମାଳମାଳ ସୁଫଳ ମିଳୁନି ଦାଦନଶ୍ରମିକଙ୍କୁ। ପାରିଶ୍ରମିକ ପାଇଁ ଶ୍ରମିକ ଯାଉଛନ୍ତି ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ lଶ୍ରମ ବିଭାଗ ଅଜାଣତରେ ହେଉଛି କି ଶ୍ରମିକ ଚାଲାଣ ?ସ୍କୁଲ ପରେ ଉଚ୍ଚଶିକ୍ଷା ପାଇଁ କଲେଜରେ ସିଟ୍ ନ ମିଳିବାରୁ ଯୁବତୀ ଯୁବକ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି।ମାଲକାନଗିରି ଜିଲା ଉପାନ୍ତ ବିଭିନ୍ନ ବ୍ଲକ୍ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ବହୁ ଯୁବତୀ ଓ ଯୁବକ ପଡୋଶୀ ଆନ୍ଧ୍ରରୁ ଯାଉଥିବା ବେଳେ ଶ୍ରମ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ।ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟରୁ ବହୁ ବଡ ବଡ ଲୋକ ଓଡ଼ିଆ ମାଲକାନଗିରି ଜିଲ୍ଲାକୁ ଆସି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦାଦନ ଶ୍ରମିକ ମାନଙ୍କୁ ପ୍ରଲୋଭିତ କରିବା ସହ ବାହାର ରାଜ୍ୟକୁ ଚାଲାଣ କରୁଥିବା ଦେଖିବା ପାଇଁ ମିଳିଛି।ଶ୍ରମ ବିଭାଗ ସବୁ ଜାଣିଶୁଣି ସାଜିଛି ନିରବ ଦ୍ରଷ୍ଟା। ଓଡ଼ିଆ ରୁ ଆନ୍ଧ୍ରପ୍ରଦେଶ ପ୍ରତ୍ୟେକ ଦିନ ଦାଦନ ଶ୍ରମିକ ପର ହେଉଥିବା ବେଳେ ମୋଟୁ ପୋଲିସ ସବୁ ଜାଣିଶୁଣି ସାଜିଛି ନିରବ। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ କୁ ଯିବାବେଳେ ଓଡ଼ିଶାର ଶେଷ ସୀମାଠାରେ ରହିଛି ଏକ ଚେକାପୋଷ୍ଟ କିନ୍ତୁ ଏହାକୁ ମାର ଦେଇ କିଭଳି ହେଉଛି ଦାଦନ ଶ୍ରମିକ ଚାଲାଣ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ।ମୋଟୁ ପୋଲିସର କର୍ତ୍ତବ୍ୟକୁ ନେଇ ମଧ୍ୟ ଲୋକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।ମାଲକାନଗିରି ଜିଲ୍ଲାରେ ମହିଳା ଶ୍ରମିକ ଦିନକୁ ୩୫୦ଟଙ୍କା ପାଉଥିବା ବେଳେ ଅଧିକ ମଜୁରି ପାଇବା ଆଶାରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବା ପାଇଁ ମିଳୁଛି । ବାହାର ରାଜ୍ୟକୁ ଯାଇ ଠିକ ସମୟରେ ମଧ୍ୟ ପାରିଶ୍ରମିକ ମିଳୁଥିବା ନାହିଁI ମାଲକାନଗିରି ଜିଲ୍ଲାରେ କାମ କରିବା ପାଇଁ ଯାଇ ଠିକ ଟଙ୍କା ବା ଠିକ ମଜୁରୀର ଠିକ ପଇସା ମିଳୁ ନ ଥିବା ବେଳେ ପାରିଶ୍ରମିକ ବୃଥାରେ ଯାଉଥିବା ବେଳେ ବାଧ୍ଯ ହୋଇ ଦାଦନ ପାଇଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ରୋଜଗାର କରି କିଛି ଅର୍ଥ ଆଣିଲେ ତାଙ୍କ ମା’ବାପାଙ୍କୁ ଘର ଚଳାଇବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ଦାଦନ ଶ୍ରମିକ। ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ମାଳ ମାଳ ଯୋଜନା ଚାଲୁଥିବା ବେଳେ ଯୋଜନା ମେସିନ ଓ ଠିକାଦାର ପାଖରେ ଅଟକି ରହିଥିବା ବେଳେ ପ୍ରତିଗ୍ରାମରେଏମଜିଏନଆରଜିଏସଏଠାରୁ ଆରମ୍ଭକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲୋକଙ୍କୁ ନିଯୁକ୍ତକରି ରୋଜଗାରକ୍ଷମ କରିବାକୁ ଚେଷ୍ଟା କରୁଥିବା ସରକାର ଦାବି କରୁଥିବା ବେଳେ ଦାଦନ ଶ୍ରମିକ ସଂଖ୍ୟା ବଢ଼ୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଲୋକେ ସରକାରଙ୍କ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଛନ୍ତି।କେବେ ସରିବ ଦାଦନ ସମସ୍ୟା ଏବଂ କେବେ ଲୋକଙ୍କୁ ମିଳିବ ସୁବିଧା ତାକୁ ଦେଖିବା ପାଇଁ ବାକି ରହିଲା।

