ମାଲକାନଗିରି,୦୭/୦୯ (ସୁଧାଂଶୁ ଶେଖର ମହାନ୍ତି)ବିବାହର ପ୍ରତିଶ୍ରୁତି ଦେଇ ଓର୍କେଲ ଥାନା ଅଧିନସ୍ତ ଅଞ୍ଚଳର ଜଣେ ୧୯ ବର୍ଷୀୟ ଝିଅଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ରବିବାର ସକାଳେ କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ବରିଗୁମା ଥାନା ଅଧିନସ୍ତ ବିଜାପୁର ଗ୍ରାମରେ ରହୁଥିବା
ବେଣୁଧର ହରିଜନଙ୍କ ପୁଅ ମୋହନ ହରିଜନ-(୨୩)ବୋଲି ଜଣା ପଡିଛି।
ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୀଡିତା କିଛି ମାସ ପୂର୍ବେ ବରିଗୁମା ଅଞ୍ଚଳରେ ଥିବା ତାଙ୍କର ଜଣେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ଏହି ଝିଅ ସହ ମୋହନ ନାମକ ଯୁବକଙ୍କ ସହ ସାକ୍ଷାତ ହୋଇଥିଲା। ଏହା ପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଝିଅର ସରଳତାର ସୁଯୋଗ ନେଇ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।ଏହାର କିଛିଦିନ ପରେ ଉକ୍ତ ଝିଅକୁ ବାହା ହେବା ପାଇଁ ମୋହନ ମନା କରିବା ସହିତ ତାଙ୍କର ଫୋନ ଆଉ ରିସିଭ କରିନଥିଲେ। ଏହାପରେ ଝିଅ ତାଙ୍କ ପରିବାର ଲୋକଙ୍କ ସହିତ ଗତ ମେ ମାସ ୧ ତାରିଖ ଦିନ ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ ମୋହନଙ୍କ ବିରୁଦ୍ଧରେ ଏନେଇ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୩୨/୨୦୨୫ରେ ଦଫା ୬୯ ବିଏନ ଏସରେ ଏକ ମାମଲା ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଯୁବକକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଥିଲା। ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଜାପୁର ଗ୍ରାମରେ ପହଁଞ୍ଚି ମୋହନକୁ ତାଙ୍କ ଗ୍ରାମରୁ ଗିରଫ କରି ଥାନାକୁ ଆଣିଥିଲେ।
ମେଡିକାଲରେ ମହାନଙ୍କ ଡାକ୍ତରୀ ମଇନା ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରବିବାର ସକାଳେ ତାଙ୍କୁ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।ସୂଚନା ଥାଉକି ପୂର୍ବରୁ ପୋଲିସ ପକ୍ଷରୁ ପୀଡିତା ଝିଅର ଡାକ୍ତରୀ ମାଇନା ଜରାଯିବା ସହ କୁଡୁମୁଳୁଗୁମ୍ମା କୋର୍ଟରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଏହି ଘଟଣାର ତଦନ୍ତ ଏସଆଇ ହର ପ୍ରିୟା ଶବର ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

