ମାଲକାନଗିରି, ୨୫/୦୯ (ପାଇକପୁଅ)ଲଗାଣ ବର୍ଷାରେ ଘର ଭାଙ୍ଗି ପ୍ରଭାବିତ ହୋଇଥିବା ପରିବାରଙ୍କୁ ସହାୟତା ପାଇଁ ବାଲିମେଳା ନଗର ବିଜେପି ଟିମ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନଗର ବିଜେପି ସଭାପତି ସୀମାଞ୍ଚଳ ପ୍ରଧାନଙ୍କ ନେତୃତ୍ୱରେ ଯୁବ କର୍ମକର୍ତ୍ତାମାନେ ସହରର ୯, ୧୦ ଓ ୧୧ ନମ୍ବର ୱାର୍ଡ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଥିଲେ। ଏହି ଅବସରରେ ଘର ଭାଙ୍ଗିଥିବା ପରିବାରଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ପଲିଥିନ ପ୍ରଦାନ କରାଯାଇଥିଲା। କ୍ଷୟକ୍ଷତିର ସ୍ଥିତି ଓ ପ୍ରଭାବିତ ପରିବାରଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଟିମ୍ ସଦସ୍ୟମାନେ ଅବଗତ ହୋଇଥିଲେ। ଏଥିରେ ଯୁବ ବିଜେପି ନେତା ମନୋଜ ଖିଲ, ସାଂସଦ ପ୍ରତିନିଧି ଅକ୍ଷୟ ବିଶ୍ୱାଳ ଓ ରାଜସ୍ୱ ନିରୀକ୍ଷକ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

