କୋଣାର୍କ,୨୨/୦୯ (ପାଇକପୁଅ) ସୋମବାର କୋଣାର୍କ ଏନ୍ଏସି କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍)ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଵୁଥ୍ ନ -୧ ରୁ ଵୁଥ୍ ନଂ-୫୨ର ଚୂଡ଼ାନ୍ତ ସଂଶୋଧିତ ତାଲିକାଗୁଡିକୁ କୋଣାର୍କ ଏନ୍ଏସି ନିର୍ଵାହୀ ଅଧିକାରୀ ତଥା ଏଇଆରଓ ପ୍ରଦ୍ୟୁମ୍ନ କୁମାର ଜେନା ସଂପୃକ୍ତ ଵୁଥସ୍ତରୀୟ ଅଧିକାରୀଙ୍କୁ ବିତରଣ କରିଛନ୍ତି। ଵୁଥସ୍ତରୀୟ ଅଧିକାରୀମାନେ ନିଜ ନିଜ ଵୁଥରେ ଵୁଥସ୍ତରୀୟ ଏଜେଣ୍ଟ ଓ ଭୋଟରମାନଙ୍କୁ ଡାକି ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନ କରିଛନ୍ତି। କୋଣାର୍କ ଏନ୍ଏସି ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍ଆଇଆର୍ ଦାୟିତ୍ଵ ନିର୍ବାହରେ ସଂପୃକ୍ତ କର୍ମଚାରୀ ପ୍ରକାଶ କୁମାର ବାରିକ, ସଂଗ୍ରାମ ସେନାପତି, ବିଏଲ୍ଓ ସୁପରଭାଇଜର ରବୀନ୍ଦ୍ରନାଥ ବାହିନୀପତି, ବିରଞ୍ଚି ନାରାୟଣ ଶତପଥୀ, ଜଳନ୍ଧର ବେହେରା, ଭାସ୍କର କାଣ୍ଡି ଓ ତ୍ରିଲୋଚନ ଵେଜଙ୍କ ସମେତ ୫୨ଟି ଵୁଥର ଵୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

