କୋଣାର୍କ, ୧୯/୦୯(ପାଇକପୁଅ) ସନ୍ଥ ରବିଦାସଙ୍କ ୬୫୦ ତମ ଜୟନ୍ତୀ ଉତ୍ସବ କୋଣାର୍କ ଭାରତୀୟ ଜନତା ପାର୍ଟି ମଣ୍ଡଳ ତରଫରୁ ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ସାଧୁ ଓ ସନ୍ଥ ମାନଙ୍କୁ ସମ୍ମାନିତ କରାଯାଇଥିଲା।କୋଣାର୍କ ରାମ ମନ୍ଦିର ଠାରୁ ଏକ ସଂକୀର୍ତନ ମଣ୍ଡଳୀ ବାହାରି ତାଙ୍କ ସହିତ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଓ ସାଧୁ, ସନ୍ଥ ମାନେ ବଜାର ପରିକ୍ରମା କରି କୋଣାର୍କ ବିଜେପି ପାର୍ଟି ଅଫିସ ପାଖରେ ରହିଥିଲେ। ସେଠି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆହୁରି ବିଶାଳ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ , ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ୱାଳ , ଭାରତୀୟ ଜନତା ପାର୍ଟି କୋଣାର୍କ ମଣ୍ଡଳର ସଭାପତି ଗୋପୀନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ସନ୍ଥ ରବିଦାସଙ୍କ କାର୍ଯ୍ୟକ୍ରମ ସଫଳ କରିଥିଲେ।

