ବାରିପଦା, ୨୯/୦୮(ପାଇକପୁଅ) ସ୍ଥାନୀୟ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମେଳନ କକ୍ଷରେ ସୃଜନାଙ୍କୁର ସାହିତ୍ୟ ପରିବାର ଓ ଏମପିସି ସ୍ୱୟଂଶାସିତ କଲେଜର ମିଳିତ ସହଭାଗିତାରେ ବର୍ଷା କବିତା ଆସର ମେଘ ମହ୍ଲାର ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ପ୍ର. ନାରାୟଣ ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ମୁଖ୍ୟ ଡ. ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ନିଜ ବକ୍ତବ୍ୟରେ ଓଡ଼ିଆ ଜନଜୀବନ ଓ ସଂସ୍କୃତିରେ ବର୍ଷାର ଭୂମିକା ଏବଂ ବିଭିନ୍ନ ପ୍ରକାର ମେଘ ସମ୍ପର୍କରେ ଅବତାରଣା କରିଥିଲେ. ଅତିଥି ଭାବେ କଲେଜର ପ୍ରଶାସନିକ ମୁଖ୍ୟ ଡ. ଦୀପକ କୁମାର ବେହେରା, ଅଧ୍ୟାପକ ଡ. ଦିଲ୍ଲୀପ ଦଳାଇ, ଡ. ସିଦ୍ଧେଶ୍ଵର ପଣ୍ଡା ନିଜ ବକ୍ତବ୍ୟରେ ବର୍ଷା ଓ ସୃଜନଶୀଳତାର ପ୍ରଭାବ ସମ୍ପର୍କରେ ଚର୍ଚ୍ଚା କରିଥିଲେ।ସୃଜନାଙ୍କୁର ସାହିତ୍ୟ ପରିବାରର ସଂସ୍ଥାପକ ଗବେଷକ ତୋଷବନ୍ତ ମେହେର ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ଉନ୍ମେଷରେ ସୃଜନାଙ୍କୁରର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ସ୍ନାତକ ଛାତ୍ରୀ ଶୁଭଶ୍ରୀ ଦୀକ୍ଷିତ କାର୍ଯ୍ୟକ୍ରମ ସଂଚଳନ କରିଥିବା ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଛାତ୍ରୀ ଇତିଶ୍ରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରେ ପରେ ବର୍ଷାକୁ ନେଇ ମନୋଜ୍ଞ କବିତା ଆସର ଛାତ୍ରୀ ଗୀତାଞ୍ଜଳି ସେଠଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା. ମଧୁପର୍ଣ୍ଣା ଦାଶ, ଗାୟତ୍ରୀ ଇନ୍ଦ୍ରଜିତ, ପ୍ରମିକା ବାରିକ, ତେଜସ୍ୱିନୀ ମାଝୀ, ସାଲିପ୍ରିୟା ନାୟକ, ସମୀକ୍ଷା ବେହେରା, ଯାଜ୍ଞସେନୀ ସର୍ଦ୍ଦାର, ନିବେଦିତା ମହାନ୍ତ, ମେହେକ ଜେନା, ମାମାଲି ଦଳାଇ, ପରମାନନ୍ଦ ବାରିକ, ରାଜକୁମାର ତିରିଆ, ଦେବରାଜ ସଏ, ଈଶ୍ୱର ମହାନ୍ତ, ରାଜେଶ ପରିଡ଼ା, ରାଇସେନ ସୋରେନ ପ୍ରମୁଖ ପଚାଶରୁ ଉର୍ଦ୍ଧ୍ୱ କବି ବର୍ଷା ସମ୍ୱନ୍ଧୀୟ ସ୍ୱରଚିତ କବିତା ପାଠ କରିଥିଲେ।ଓଡ଼ିଆ ବିଭାଗର ଅଧ୍ୟାପକ ଡ. ଧନଞ୍ଜୟ ସିଂ, ଅଜୟ ରାଉତ, କୁନା ସିଂ, ଶିକ୍ଷା ବିଭାଗର ମୁଖ୍ୟ ଡ. ବିଦ୍ୟୁତ ପ୍ରଭା ଦାସ, କ୍ରୀଡା ପ୍ରଶିକ୍ଷକ ସତ୍ୟନାରାୟଣ ବାରିକ ବାଣିଜ୍ୟ ବିଭାଗର ଡ. ଆଶୁତୋଷ ପ୍ରସାଦ ଦାସ, ଭୀମଚରଣ ମୁର୍ମୁ, ମେଘମାଳା ଦାସ, କୌଶିକ ଗିରି, ଧୀରଜ ରାଉତ, ପ୍ରିୟଦର୍ଶିନୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ସୃଜନାଙ୍କୁର ପରିବାରର ସଦସ୍ୟ ଧନଞ୍ଜୟ ସି ଧନ୍ୟବାଦ ଅର୍ପଣ କରିଥିଲେ।

