ବାରିପଦା,୨୯/୮(ପାଇକପୁଅ)ଓଷ୍ଟାର ଜିଲ୍ଲା କାର୍ଯ୍ୟଳୟ ଠାରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ଆବାହକ କିଶୋର କୁମାର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଜିଲ୍ଲା କନଭେନସନ ଆନୁଷ୍ଠିତ ହୋଇଯାଇଛି।ଓଷ୍ଟାର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଷ୍ଟାର ରାଜ୍ୟ ସମ୍ପାଦକ ଗୋପୀ ବଲ୍ଲବ ଭୁୟାଁ, ଜିଲ୍ଲା ଉପ-ସଭାପତି ରଞ୍ଜିତା ରାଣୀ ଦାସ, ଯୁଗ୍ମ ସମ୍ପାଦକ ବିକାଶ କୁମାର ପଣ୍ତା, ଅତସୀ କୁଣ୍ଡୁ, ପ୍ରଭାସ କୁମାର ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ବିଶ୍ବାଳ, କାର୍ଯ୍ୟ କାରିଣୀ ସଦସ୍ୟ ଅଭିନନ୍ଦନ ମହୁରୀ ପ୍ରମୁଖ ଯୋଗଦେଇ ଅଗଷ୍ଟ ୧୬ ଠାରୁ ଭୁବନେଶ୍ବର ଗାନ୍ଧୀମାର୍ଗ ଠାରେ ଚାଲିଥିବା ଅହରାତ୍ର ଆନ୍ଦୋଳନ ନେଇ ଆଲୋଚନା ହୋଇଥିଲା।ରାଜ୍ୟ ସଂଗଠନ ପକ୍ଷରୁ ଆସନ୍ତା ଗୁରୁଦିବସ ସେପ୍ଟେମ୍ବର ୫ରେ ଡାକରା ଦିଆ ଯାଇଥିବା ମହାସମାବେଶକୁ ସଫଳ କରିବା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଅନୁରୋଧ କରିଥିଲେ. ସରକାର ଶିକ୍ଷକ ମାନଙ୍କ ଦାବି ଗୁଡିକ ପୂରଣ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାରୁ ବୈଠକରେ ଶିକ୍ଷକ ମାନେ ଦୁଃଖ ପ୍ରକାଶ କରିଥଲେ. ଏହି ବୈଠକରେ ସମସ୍ତ ବ୍ଲକ ସଭାପତି, ସମ୍ପାଦକ, ବ୍ଲକ କମିଟି ସଦସ୍ୟ, ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯୋଗଦାନ କରି ମତାମତ ରଖିଥିଲେ।ମୟୂରଭଂଜ ଜିଲ୍ଲାର ପାଳି ଆସନ୍ତା ୨ ଓ ୩ ତାରିଖରେ ବହୁ ମାତ୍ରାରେ ଯୋଗ ଦେବା ସହ ମହା ସମାବେଶକୁ ସଫଳ କରିବା ପାଇଁ ମତ ପ୍ରକାଶ ପାଇଥିଲା।ସର୍ବଶେଷରେ ଜିଲ୍ଲା ଉପ ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

