ବାରିପଦା,୨୨/୦୮(ପାଇକପୁଅ) ଖଡ଼ଗପୁର ଆଇ.ଆଇ.ଟି.ରେ ଅଧ୍ୟୟନରତ ଥିବା ବାରିପଦାର ଯୁବପ୍ରତିଭା ଚର୍ଚ୍ଚିତ କବି ଶତପଥୀ ଏକ କଠିନ ସମ୍ମାନଜନକ ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଲ୍ୟ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ ଇଣ୍ଡିଆ (ଏନ.ପି.ସି.ଆଇ.ଏଲ.) ରେ ଯୁବ ବୈଜ୍ଞାନିକ ଭାବେ ଯୋଗଦାନ କରିଥିବା ସୂଚନା ମିଳିଛି।ସେ ଏହି ଗୌରବ ହାସଲ କରିବାରେ ସମଗ୍ର ଦେଶର ମାତ୍ର ଅଡ଼ଚାଳିଶ ଜଣ ପ୍ରତିଭାଧର ଯୁବ ବୈଜ୍ଞାନିକଙ୍କ ମଧ୍ୟରୁ ଅନ୍ୟତମ ବୋଲି ଜଣାଯାଇଛି।ଶ୍ରୀ ଶତପଥୀ କେନ୍ଦ୍ରୀୟ ବିଦ୍ୟାଳୟରୁ କୃତିତ୍ୱର ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ରୁ ବି.ଟେକ. କରି ଗେଟ ପରୀକ୍ଷାରେ ସଫଳତା ହାସଲ କରି ଆଇ.ଆଇ.ଟି. ଖଡ଼ଗପୁରପୁରରେ ଏମ.ଟେକ. ଶ୍ରେଣୀରେ ଅଧ୍ୟୟନରତ ଥିଲେ. ଚର୍ଚ୍ଚିତ ପିତା ସୁଲେଖକ ସୁବକ୍ତା ତଥା ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ଏବଂ ମାତା ଅଧ୍ୟାପିକା ଡକ୍ଟର ହିରଣ୍ମୟୀ ଶତପଥୀଙ୍କ ଜ୍ୟେଷ୍ଠ ପୁତ୍ର। ଚର୍ଚ୍ଚିତ ସମ୍ପ୍ରତି ଗୁଜୁରାଟର ସୁରତ ନିକଟରେ ଏନ.ପି.ସି.ଆଇ.ଏଲ.ର ଜଣେ କାର୍ଯ୍ୟନିର୍ବାହୀ ଶିକ୍ଷା-ନବୀଶ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି। ଚର୍ଚ୍ଚିତଙ୍କ ଏହି ଉପଲବ୍ଧିରେ ଜିଲ୍ଲାର ଶିକ୍ଷାପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଏହା ଜିଲ୍ଲା ତଥା ରାଜ୍ୟର ବିଜ୍ଞାନ-ଆକାଂକ୍ଷୀ ତରୁଣଙ୍କ ପାଇଁ ଆଶା, ଉତ୍ସାହ, ସଂଚାରକାରୀ ହେବ ବୋଲି ମତ ପ୍ରକାଶ ପାଇଛି।

