ବାରିପଦା, ୨୧/୦୮(ପାଇକପୁଅ)ମୃତ୍ୟୁ କେତେବେଳେ କେମିତି ଆସିବ ତାହା କହି ହେବ ନାହିଁ।ତେବେ ଏକ ଅଜଣା ଗାଡି ଧକ୍କାରେ ବାରିପଦା ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ପାର୍ବତୀ ହେମ୍ବ୍ରମଙ୍କ ପୁଅ ହରିଶଙ୍କ ଦୁଃଖଦ ମୃତ୍ୟୁ ଘଟିବା ବାରିପଦାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ବୁଧବାର ରାତିରେ ସେ ସାଙ୍ଗଙ୍କ ସହିତ ନିଜର ଆଇ-୨୦ କାରରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପ୍ରାୟ ରାତି ୧ଟା ବେଳେ ସୋର-ସିମୁଳିଆ ନିକଟରେ ଜାତୀୟ ରାଜପଥ ପାର୍ଶ୍ବ ଷ୍ଟାର ହୋଟେଲ ନିକଟରେ କାର ପାର୍କିଂ କରି ପରିଶ୍ରା କରିବା ସମୟରେ ଏକ ଅଜଣା ଗାଡ଼ି କାରକୁ ଧକ୍କା ଦେବା ସହ ହରିଶ ଓ ଅନ୍ୟଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ତେବେ ଦୁର୍ଘଟଣାରେ ହରିଶଙ୍କର ମୃତ୍ୟୁ ଘଟିଥିଲା. ହରିଶ ମୟୂରଭଞ୍ଜ ଡାକ ମଣ୍ଡଳର ଜଣେ ଡାକ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଘଟଣା ସ୍ଥଳରେ ସୋର ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଫେରାର ଥିବା ଗାଡ଼ିର ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ପାଇପାରିନାହିଁ।ଗୁରୁତର ଆହାତ ଯୁବକଙ୍କୁ ବାଲେଶ୍ଵର ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ହରିଶଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି।ବ୍ୟବଚ୍ଛେଦ ଶରୀର ବାରିପଦାରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବା ସହିତ ଶୋକ ସପ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।ତାଙ୍କର ଶେଷ କୃତ୍ୟ ତାଙ୍କର ପୈତୃକ ଗ୍ରାମ ରାଣୀଭୋଳ ଠାରେ କରାଯାଇଛି।

