ଯୋଡା,୨୦/୦୮(ପାଇକପୁଅ) କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅଧୀନ ଯୋଡ଼ା ସହରର ଡିଏଭି ସ୍କୁଲ ନିକଟରେ ଆଜି ସନ୍ଧ୍ୟାରେ ୧୫ ଟିକିଆ ହାତୀପଲମାଡି ଆସି ଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟାରେ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ସହର ନିକଟକୁ ଚାଲି ଆସିଥିଲେ। ହାତୀ ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିବାଦେଖିବାକୁ ମିଳିଥିଲା।
ଖବର ପାଇ ବନ ବିଭାଗ ଅଧିକାରୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ହାତୀପଲକୁ ଜନବସତିଠାରୁ ଦୂରେଇବାକୁ ପ୍ରୟାସ କରିଥିଲେ। ଅନ୍ୟପକ୍ଷରେ, ଖଣି କାର୍ଯ୍ୟ ବୃଦ୍ଧି ଯୋଗୁଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ହ୍ରାସ ପାଉଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀ ସହରମୁହାଁ ହେଉଥିବା ଦେଖା ଯାଉଛି।ତେବେ ପରିବେଶବିତ୍ମାନେବନ୍ୟ ଜନ୍ତୁ ସଂରକ୍ଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

