ବାରିପଦା, ୨୦/୦୮(ପାଇକପୁଅ)ଅକାଳରେ ନିଧନ ଘଟିଥିବା ମୟୂରଭଞ୍ଜର ବରପୁତ୍ର ବିତନୁ ନାୟକଙ୍କ ତିରୋଧାନ ଦିବସରେ ଏକ ଯୁବ ସଂକଳ୍ପ ସମାବେଶ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସମରେନ୍ଦ୍ର ବଶାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ତାରୀ ସ୍କୁଲର ମ୍ୟାନେଜିଂ ଡାଏରେକ୍ଟର ଯୁବ ଶିଳ୍ପୋଦ୍ୟଗୀ ଇଂ ପ୍ରଭାସ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୁବକ ମାନେ ଚାହିଁଲେ ଦେଶର ଭାଗ୍ୟ ବଦଳାଇ ପାରିବେ ବୋଲି ମତ ରଖିଥିଲେ। ମୟୂରଭଞ୍ଜ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଅଜିତ କୁମାର କବାଟ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ବର୍ଗତ ବିତନୁଙ୍କ ତ୍ୟାଗମୟ ଜୀବନ ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥି ଭାବରେ ବିତନୁ ସ୍ମୃତିନ୍ୟାସର ଅଧ୍ୟକ୍ଷ ହାରାମଣି ଦଳେଇ ଯୋଗଦେଇ ଯୁବକମାନଙ୍କୁ ମାଆ ଓ ମାଟିର ସେବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ମାର୍ଗଦର୍ଶନ କରାଇଥିଲେ।ବରିଷ୍ଠ ସାହିତ୍ୟିକ ପଦ୍ମନାଭ ସାହୁ ଏବଂ ସ୍ମୃତିନ୍ୟାସର ଅନ୍ୟତମ ଟ୍ରଷ୍ଟି ଇଂ ମନୋଜ ଦଳବେହେରା ଓ କବୟିତ୍ରୀ କାବେରୀ ମିଶ୍ର ଯୁବ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ।ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲର ଛାତ୍ର ରାମଚନ୍ଦ୍ର ବାସ୍କେ ଓ ଅଭୟ ପ୍ରତାପ ହାଁସଦା ମଧ୍ୟ ବିନୁ ତିରୋଧାନ ଦିବସରେ ବିକଶିତ ଭାରତ ଗଠନରେ ଯୁବସମାଜର ଭୂମିକା ଉପରେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କବିତା ସଂକଳନ ମୃତ୍ୟୁଞ୍ଜୟୀ ଯୁବକ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ପରିଶେଷରେ ଯୁବକବି ଗୋପାଳଚନ୍ଦ୍ର ସାଓ ଏବଂ ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ର ଶୁଭମ ପାତ୍ରଙ୍କ ମିଳିତ ସଂଯୋଜନାରେ ଶିଶୁକବି ନୂତନୁ କୁମାର ନାୟକ ଙ୍କ ସହିତ ବହୁ କବି କବିତାପାଠ କରିଥିବା ବେଳେ ନବମ ଶ୍ରେଣୀର ଛାତ୍ର ସୁତନୁ କୁମାର ନାୟକ ଧନ୍ୟବାଦ ଦେଇଥିଲେ।କବି ଅଜିତ କୁମାର ପାଣିଗ୍ରାହୀ, ଡ.ଶଶିଧର ବିଶ୍ବାଳ, ଅଶୋକ କୁମାର ପଲେଇ, ଶଙ୍କର ଜେନା ଓ ବାସନ୍ତୀଲତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

