ବାରିପଦା, ୧୯/୦୮(ପାଇକପୁଅ) ବାରିପଦା ସହର ପ୍ରତିଷ୍ଠିତ ପୁରାତନ ଲାଲବଜାର ରାଜା ଗଣେଶ ପୂଜା କମିଟିର ଚଳିତ ବର୍ଷର ପୂଜାକୁ ନେଇ ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଲାଲ ବଜାର ସ୍ଥିତ ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସଦସ୍ୟ ମାନେ ଯୋଗଦେଇ ପୂଜାର ପ୍ରସ୍ତୁତି ବାବଦରେ ଆଲୋଚନା କରିଥିଲେ।ଚଳିତ ବର୍ଷ ପୂଜା ୧୮ ବର୍ଷରେ ପଦାର୍ପଣ କରିଥିବା ବେଳେ କିପରି ଏହାକୁ ସରସ ସୁନ୍ଦର କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇ ଚଳିତ ବର୍ଷ ଗଣେଷ ପୂଜା ମହାଆଡମ୍ବରରେ ପାଳନ କରାଯିବା ପାଇଁ ନିଷ୍ପତି ହୋଇଛି।ଏହି ଅବସର ରେ ପୂଜା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ଗଣେଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ନାଥ ସାହୁ, ଉପ ସଭାପତି କାହ୍ନୁ ଚରଣ ବେହେରା, ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ, ସହ ସମ୍ପାଦକ ଦୀପକ ପଟ୍ଟନାୟକ ଓ ମୋହନ ଗୁପ୍ତା ଏବଂ କୋଷାଧ୍ୟକ୍ଷ ଭାବେ ଅନନ୍ତ ସ୍ୱାଇଁ ସର୍ବ ସମ୍ମତିକ୍ରମେ ଚୟନ ହୋଇଛନ୍ତି. ସେହିପରି ଉପଦେଷ୍ଟା ମଣ୍ଡଳୀରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବରିଷ୍ଠ ଆଡଭୋକେଟ ବିଭୁ ପ୍ରସାଦ ଦାସ, ଆଡଭୋକେଟ ଜ୍ୟୋତି ପ୍ରକାଶ ରଥ, ତିମିରି କାନ୍ତି ଦାସ, ସରୋଜ ସାହୁ, ବିଭୂତି ଭୂଷଣ ଦାସ, କୌଶିକ ମୁଖାର୍ଜୀ, ରବୀନ୍ଦ୍ର ସ୍ୱାଇଁ, ସମରେନ୍ଦ୍ର ଘୋଷ, ମୋହନ ବୁର୍ଣୱାଲ, ମହେନ୍ଦ୍ର ରାୱତ, ବୃନ୍ଦାବନ ରାଉତ, ବିନୋଦ ଦାସ, ମନୋଜ ଷେଣ୍ଢ, କିଶୋର ସାହୁ, ଅରବିନ୍ଦ ନନ୍ଦ, ଦିଲ୍ଲୀପ କୁମାର ସାହୁ, ତପନ ବାରିକ ପ୍ରମୁଖ ମନୋନୀତ ହୋଇଛନ୍ତି।ଅନୁଷ୍ଠିତ ବୈଠକରେ ଲାଲବଜାର ରାଜା ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପୂଜାର ତୋରଣ, ସାଜସଜ୍ଜା ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ. ସୂଚନା ଥାଉ କି, ବାରିପଦା ସହରର ଅନୁଷ୍ଠିତ ହେଉଥିବା ଗଣେଶ ପୂଜା ମଣ୍ଡପ ମଧ୍ୟରେ ଲାଲବଜାର ମଣ୍ଡପର ବିଶେଷତ୍ୱ ରହିଥାଏ।ଏଠାରେ ପୂଜା ପାଉଥିବା ଗଣେଶଙ୍କ ସୁଉଚ୍ଚ ମୂର୍ତ୍ତି ଲାଲବଜାର ରାଜା ଭାବେ ଲୋକ ମୁଖରେ ପ୍ରସିଦ୍ଧ।ଏଠାକାର ଘଟ ଉତ୍ତୋଳନ ଠାରୁ ଆରମ୍ଭ କରି ପୂଜାବିଧି, ପ୍ରସାଦ ବଣ୍ଟନ ଓ ବିସର୍ଜନରେ ସତନ୍ତ୍ରତା ରହିଛି।

