ବାରିପଦା, ୧୮/୦୮(ପାଇକପୁଅ) ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ଅବସରରେ ବାରିପଦାର ସୁନାମଧନ୍ୟ ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଏକ ମାନବୀୟ ସେବାର ଉଦାହରଣ ସୃଷ୍ଟି କରିଛନ୍ତି।କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ.ସି.ବି.) ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କ୍ୟାନ୍ସର ରୋଗୀଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ସେ ନିଜର ପ୍ଲେଟଲେଟ ଦାନ କରିଛନ୍ତି। ଡ଼. ନିର୍ମଳା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସୌଭାଗ୍ୟ ମଞ୍ଜରୀ ଦ୍ୱିବେଦୀଙ୍କ ଦ୍ଵାରା ଏହି ପ୍ଲେଟଲେଟ ସଂଗ୍ରହ ପ୍ରକ୍ରିୟା ସମ୍ପାଦିତ ହୋଇଥିବା ବେଳେ କଟକର ବିଶିଷ୍ଟ ସମାଜସେବୀ ଲଳିତ ରାୟ, ଦେବୀ ପ୍ରସନ୍ନ ଜେନା ଏବଂ ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଡଃ ପୋଥାଳଙ୍କୁ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଡଃ ନିରୋଜ କୁମାର ପୋଥାଳ ଅଦ୍ୟାବଧି ୨୭ ଥର ପ୍ଲେଟଲେଟ ଦାନ କରିବା ସହ ସର୍ବମୋଟ ୧୩୯ ଥର ରକ୍ତଦାନ କରିସାରିଛନ୍ତି।ନିଜର ଏହି ନିସ୍ୱାର୍ଥପର ସେବା ପାଇଁ ସେ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ଅନେକ ଥର ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।

