ମୁନିଗୁଡା,୧୫/୦୮ (ପାଇକପୁଅ)ରାୟଗଡା ଜିଲ୍ଲା ମୁନିଗୁଡାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୮୦ତମ ସ୍ବାଧୀନତା ଦିବସ ଉତ୍ସବ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ମୁନିଗୁଡା ବ୍ଲକରେ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି,ତହସିଲ କାର୍ଯ୍ୟାଳୟରେ ତହସିଲଦାର ଏମ୍ ଅନୁରାଧା,ପୋଲିସ ଷ୍ଟେସନରେ ଏସ୍ଡିପିଓ ସନ୍ତୋଷିନୀ ଓରାମ,ବନଖଣ୍ଡ କାର୍ଯ୍ୟାଳୟରେ ରେଞ୍ଜର ପ୍ରବୀଣ କୁମାର ଦାସ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଡ଼.ଆଶିଷ କୁମାର ପଣ୍ଡା,କୃଷି କାର୍ଯ୍ୟାଳୟରେ କୃଷି ଅଧିକାରୀ କାଳନ୍ଦୀ ପରିଡା,ଉତ୍ତମ ଦାସ,ମୁନିଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସଭାପତି ଭଗବାନ ବଞ୍ଛର,ମୁନିଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଆଧକ୍ଷା ସୁଶ୍ରୀ ମିଲି ଶଣ୍ଢ, ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସରସ୍ୱତୀ ଶବର, ପ୍ରେସକ୍ଲବରେ ଉପ ସଭାପତି ମନୋରଞ୍ଜନ ଦଳାଇ, କୋଷଧକ୍ଷ ନରେଶ ପାତ୍ର,ବିଜେପି ତରଫରୁ ନାରୀନେତ୍ରୀ ଅମ୍ବିକା ନାୟକ,ରାମଚନ୍ଦ୍ର ବେହେରା,
ବନବାସୀ କଲ୍ୟାଣ ଆଶ୍ରମରେ ମଣ୍ଡଳ ସଭାପତି ସୁବାସ ଗୌଡ଼,ଏମ ଡି ମାକୁ,ବିଜୁ ପଟ୍ଟନାୟକ ଯୁବ ସଂସଦର ସଭାପତି ଚକ୍ରପାଣି ମାର୍ଥା,ସାହିତ୍ୟ ସଂସଦ ତରଫରୁ ପି ସୁଧାକର ପାତ୍ର,ଲକ୍ଷ୍ମଣ ନାୟକ କ୍ଲବ ପରିସରରେ ସଭାପତି ପଦ୍ମନାଭ ବେହେରା,କଂଗ୍ରେସ ଭବନରେ ସଭାପତି ନୀଳାମ୍ବର ବିଭାର,କ୍ରିଷ୍ଣା ଫୁଏଲ ତରଫରୁ ବି.ଉମାଶଙ୍କର ପାତ୍ର,ମୁନିଗୁଡ଼ା ସ୍ନାତକ ଓ +୨ କଲେଜରେ ଅଧ୍ୟକ୍ଷ ହୃଷୀକେଶ ଜାଲି ଓ କଲ୍ୟାଣୀ ପାଢ଼ୀ,ନର୍ସିଂ କଲେଜରେ ରାଜୀବ ଲୋଚନ ଦାସ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସୁନିତା ସାହୁ, ଶିଶୁବିଦ୍ୟା ମନ୍ଦିରରେ ବ୍ରହ୍ମାନନ୍ଦ ଅଚାରୀ,ବିଦ୍ୟାଧର ଦାସ,ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରାଜୀବ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ,ଝିଲିଗୁଡାସ୍ଥିତ ଅଷ୍ଟମ ବାଟାଲିୟନ ସିଆରପିଏଫ କାର୍ଯ୍ୟାଳୟ,
ରେଳ ଷ୍ଟେସନ, ଆରପିଏଫ,ଜିଆରପି ପୋଲିସ,କୃଷି ବିଭାଗ,ପ୍ରାଣୀ ଚିକିତ୍ସା କେନ୍ଦ୍ର,କେନ୍ଦୁ ଲିଫ, ବସ ଷ୍ଟାଣ୍ଡ ସମ୍ମୁଖ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟ ସହ ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସାମାଜିକ ସାଂସ୍କୃତିକ ଅନୁଷ୍ଠାନରେ ସମ୍ପୃକ୍ତ ଅଧିକାରୀ ମାନେ ଉପସ୍ଥିତ ରହି ଜାତୀୟ ପତକା ଉତ୍ତଳୋନ କରିବା ସହ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ଅତିଥିମାନେ ସ୍ଵାଧୀନତା ଦିବସ ପାଳନର ମୁଖ୍ୟ ଉଦେଶ୍ୟ ଉପରେ ବକ୍ତବ୍ୟ ରଖିବା ସହ ଦେଶ ସ୍ୱାଧୀନ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମରଣ ବନ୍ଦନ କରିଥିଲେ।ସ୍ଵାଧୀନତା ସଂଗ୍ରାମୀ ଓ କ୍ରାନ୍ତିକାରୀ ମାନଙ୍କ ତ୍ୟାଗ, ତପସ୍ୟା, ବଳିଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ଵାନ ଦିଆଯାଇଥିଲା ।

