କୋଣାର୍କ, ୧୫/୦୮(ପାଇକପୁଅ) ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ କୋଣାର୍କ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ,ପ୍ରେସ କ୍ଲବ,ଶିକ୍ଷାନୁଷ୍ଠାନ ଓ ସଂଗଠନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସେହିପରି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଣାର୍କ ଏନ୍ ଏ ସି କଲ୍ୟାଣୀ ମଣ୍ଡପ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ସ୍କୁଲ ସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କାକଟପୁର ବିଧାନସଭା କ୍ଷେତ୍ରର ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଅନ୍ୟପଟେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସଭାପତି ଧନଞ୍ଜୟ ବେହେରା, ସମ୍ପାଦକ ବିଚିତ୍ର ଓଝାଙ୍କ ସମେତ ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତରେ କ୍ଲବ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା। ଅନ୍ୟପଟେ ମହକାଳ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ବଳରାମ ପାତ୍ର ଓ ସମ୍ପାଦକ ଲିଟୁନା ସେଠୀ ପତାକା ଉତ୍ତୋଳନ କରିଥିଲେ।ସେହିପରି କୋଣାର୍କ ଥାନା,ଏ ଏସ ଆଇ କାର୍ଯ୍ୟାଳୟ, ମେଡିକାଲ, ଆର ଡି ଅଫିସ, ଆର ଡବ୍ଲୁ ଏସ ଏସ,ୱାଟକୋ କାର୍ଯ୍ୟାଳୟ, ହସ୍ତଶିଳ୍ପ ସଂଘ, ସାମ୍ବାଦିକ ସଂଘ, ଶିଶୁ ମନ୍ଦିର, କୋଣାର୍କ କଲେଜ, ଆଶ୍ରମ ସ୍କୁଲ, ଶୋଭନୀୟ ଶିକ୍ଷାଶ୍ରମ, ଉଚ୍ଚ ବିଦ୍ୟାଳୟ, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷାଶ୍ରମ,ଭେଙ୍କଟଶ୍ୱର ସ୍କୁଲ, ଜାଭିୟର ବିଦ୍ୟାଳୟ, ଶିଶୁ ବିଦ୍ୟାମନ୍ଦିର, ମଟର ସଂଘ, ବିଶ୍ୱକର୍ମା ସମିତି, ହୋଟେଲ ଆସୋସିଏସନ, ଗାଇଡ ଓ ଫଟୋଗ୍ରାଫର ସଂଘ, ବିଭିନ୍ନ ରାଜନୈତିକ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ କୋଣାର୍କ ସ୍ପୋର୍ଟ ଏକାଡେମୀ ଓ ଜନମଙ୍ଗଳ ସଂଗଠନ ମିଳିତ ଆନୁକୁଲ୍ୟରେ ଦିବା ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା।

