ବାରିପଦା, ୧୨/୦୮(ପାଇକପୁଅ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାଇବର ସେଫ୍ଟି ଆଣ୍ଡ ସିକ୍ୟୁରିଟି କ୍ୟାମ୍ପେନ ଓଡ଼ିଶା – ୨୦୨୬ ଅଧୀନରେ ଭଞ୍ଜପୁର ଥାନା ତରଫରୁ ରଘୁନାଥପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ଠକେଇ, ସୋସିଆଲ ମିଡିଆର ଅପବ୍ୟବହାର, ସାଇବର ଅପରାଧ ଏବଂ ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା। କାର୍ଯ୍ୟକ୍ରମରେ ଭଞ୍ଜପୁର ଥାନାର ଭାରପ୍ରାପ୍ତ ପୋଲିସ ଇନସ୍ପେକ୍ଟର ରଶ୍ମିରଂଜନ ପୃଷ୍ଟି , ସବ-ଇନସ୍ପେକ୍ଟର ଚନ୍ଦନ କୁମାର ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ଯୋଗଦେଇ ସାଇବର ଅପରାଧର ବିଭିନ୍ନ ଦିଗ ଏବଂ ତା’ର ପ୍ରତିକାର ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ. ସେମାନେ ଛାତ୍ରଛାତ୍ରୀ ମାନଙ୍କୁ ଓଟିପି ଶେୟାର ନକରିବା, ଅଜଣା ଲିଙ୍କ ଉପରେ କ୍ଲିକ ନକରିବା ଏବଂ ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ସଭାପତି ଇଞ୍ଜିନିୟର ପ୍ରଭାସ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତା ବାରିକ ଏବଂ ଶୈକ୍ଷିକ ମୁଖ୍ୟ ଡ. ଆଦର୍ଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

