ବାରିପଦା, ୧୨/୦୮(ପାଇକପୁଅ)ଭାରତର ଲାଇବ୍ରେରୀ ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ ଆର ରଙ୍ଗନାଥନଙ୍କ ଜନ୍ମ ଉତ୍ସବକୁ ଲାଇବ୍ରେରୀଆନ ଦିବସ ଭାବେ ବାରିପଦାର ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ) ଠାରେ ପାଳିତ ହୋଇଯାଇଛି।
ଶ୍ରୀରାମଚନ୍ଦ୍ର ପାଠାଗାର ପରିଚାଳନା ସମିତିର ସମ୍ପାଦକ ଅଶୋକ କୁମାର ବେହେରାଙ୍କ ସ୍ବାଗତ ସମ୍ଭାଷଣ ପ୍ରଦାନ ପରେ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସମାଜସେବୀ ଆଶିଷ କୁମାର ବଶା, ସମୀର କୁମାର ସାହୁ ନିଜର ବକ୍ତବ୍ୟ ରଖିଥିଲେ. ଏହି ଅବସର ରେ ବନଜା ମହାନ୍ତି ଲାଇବ୍ରେରିଆନ କନିକା ସେନାପତିଙ୍କୁ ସମ୍ବର୍ଦ୍ଧିତ କରି ନିଜର ବକ୍ତବ୍ୟ ରଖିଥିଲେ। ପରିଚାଳନା ସମିତିର ସଭ୍ୟ ସନ୍ତୋଷ ପଟନାୟକ, ବଳଦେବ ଶତପଥୀ, ପ୍ରଦୀପ ମିସ୍ତ୍ରୀ, ଶୋଭାବତୀ ଓତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ. ପରିଶେଷରେ କୋଷାଧକ୍ଷ ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

