କୋଣାର୍କ,୦୮/୦୮(ପାଇକପୁଅ) ପର୍ଯ୍ୟଟନ ସ୍ଥଳୀ
କୋଣାର୍କ ସ୍ଥିତ ହସ୍ତଶିଳ୍ପ ବଜାର ମୁଖ୍ୟ ରାସ୍ତାରେ ବର୍ଷାପାଣି ଜମା ହୋଇ ରହିଥିବା ବେଳେ ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯାତାୟତ କରୁଥିବା ପର୍ଯ୍ୟଟକ ମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ବୁଦ୍ଧି ଜୀବି ଓ ପର୍ଯ୍ୟଟନ ପ୍ରେମୀ ମହଲରେ ଆଲୋଚନା ହେଉଛି। ଖବରରୁ ପ୍ରକାଶ ଯେ କୋଣାର୍କ – ପୁରୀ ଜାତୀୟ ରାଜପଥ ରାସ୍ତାରୁ ଓହ୍ଲାଇ ଦେଶ ବିଦେଶରୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନେ ହସ୍ତଶିଳ୍ପ ବଜାର ମୁଖ୍ୟ ରାସ୍ତା ଦେଇ ଯାତାୟତ କରିଥାନ୍ତି। ମାତ୍ର ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ହସ୍ତଶିଳ୍ପ ବଜାର ମୁଖ୍ୟ ରାସ୍ତାରେ ବର୍ଷାପାଣି ପ୍ରଭାବିତ ହେବା
ଯୋଗୁଁ ପର୍ଯ୍ୟଟକ ମାନଙ୍କ ଯାତାୟତ ବିଶେଷ ଭାବରେ ପ୍ରଭାବିତ ହୋଇଛି ଫଳରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ବଜାରରେ ବର୍ଷାପାଣି ଜମି ରହିବା ଯୋଗୁଁ ସନ୍ତସନ୍ତିଆ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଉକ୍ତ ରାସ୍ତା ଦେଇ ପର୍ଯ୍ୟଟକ ମା ମାନଙ୍କ ଯାତାୟତ କମୁଥିବାରୁ ଉକ୍ତ ବଜାର ରେ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ପବସାୟୀ ମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ରାସ୍ତାରୁ ବର୍ଷାପାଣି ନିଷ୍କାସନ ପାଇଁ ଡ୍ରେନେଜ ନିର୍ମାଣ କରିବା ପାଇଁ ଦାବି ହେଉଛି । ଏହି ସମାସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନଗର ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବ ଦବାକୁ ବୃଦ୍ଧି ଜୀବୀ ଓ ପର୍ଯ୍ୟଟନ ପ୍ରେମୀ ମହଲରେ ଦାବି ହେଉଛି।

