ବାରିପଦା,୨୨/୦୭(ପାଇକପୁଅ )ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ, ମୟୁରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି।ସମସ୍ତଙ୍କ ପାଇଁ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯାଜନାର ସଫଳ ରୂପାୟନ ନିମନ୍ତେ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ୨୦୦୮ ମସିହା ପରେ ନିଯୁକ୍ତି ପାଇଥିବା ଅଧ୍ୟାପକ କର୍ମଚାରୀମାନଙ୍କ ପାଇଁ ଅନୁଦାନ ନୀତି ୨୦୦୮ – ୨୦୧୮ ପ୍ରଣୟନ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି।ମୁଖ୍ୟମନ୍ତ୍ରୀ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟିର ଘୋଷଣା କରି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ।କମିଟି ଜୁନ ମାସରେ ରିପୋର୍ଟ ପ୍ରଦାନ କରିସାରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ପରିବର୍ତ୍ତେ କେଜି ରୁ ପିଜି ନିଃଶୁଳ୍କ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରଣୟନ କରିଛନ୍ତି ମାତ୍ର ଅଧ୍ୟାପକ ମାନଙ୍କର ଦାବିକୁ ଅଣଦେଖା କରାଯାଇ ଆସୁଛି।ଏଣୁ ଯଥାଶୀଘ୍ର ଅଧ୍ୟାପକ କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି। ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ଅନୁଦାନ ନୀତି ଘୋଷଣା ନକଲେ ସଙ୍ଘ ଆନ୍ଦାଳନ ପନ୍ଥାକୁ ଆପଣେଇବା ପାଇଁ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ୍ୟହେବ ବୋଲି ଚେତାବନୀ ଦେଇଛି।ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼ଃ ପ୍ରୀତମ ପଣ୍ଡା, ରାଜୀବ କୁମାର ଗିରି, ଅଶ୍ୱନୀ କୁମାର ଘୋଷ, ଉଦିତ କୁମାର ମିଶ୍ର, ବାପୁନ ଘୋଷ, ଦିପ୍ତେନ୍ଦୁ ମହାନ୍ତ, ଶ୍ରଦ୍ଧାନନ୍ଦ ସାହୁ ପ୍ରମୁଖ ମିଳିତ ଭାବେ ସଙ୍ଘ ତରଫରୁ ଏହି ଦାବିପତ୍ର ପ୍ରଦାନ ପ୍ରଦାନ କରିଥିଲେ।

