ବାଲିଗୁଡା,୨୨/୦୭(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ଯକ୍ଷ ଅନୁଦାନରେ ଏକ ସଚେତନତା କାର୍ଯ୍ୟକ୍ରମ ” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା (ଷ୍ଟାର୍ଟ ଅପ୍ ଏଣ୍ଡ ଇନୋଭେସନ) ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ବେହେରା ସମ୍ୱଳ ବ୍ୟକ୍ତିତ୍ୱ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ ସହ କାର୍ଯକ୍ରମର ଅନ୍ତର୍ନିହିତ ଉଦ୍ଦେଶ୍ୟ ପ୍ରଖ୍ୟାପନ କରିଥିଲେ। ଆକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଶ୍ଳେଷଣାତ୍ମକ ଟିପ୍ପଣୀ ରଖିଥିଲେ।ଅନ୍ତଃ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ହିମାଂଶୁ ଚରଣ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ଶେଷରେ ନାକ୍ ସଂଯୋଜକ ଡ.ସୁଶାନ୍ତ କୁମାର ଦାସ ଧନ୍ଯବାଦ ଅର୍ପଣ କରିଥିଲେ।

