ଭୁବନେଶ୍ବର,୦୪/୦୭(ପାଇକପୁଅ)ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍
ସାଇନ୍ସେସ୍ (ଆଇଏଏସ୍)ର ଏନ୍ଏସ୍ଏସ୍ ଶାଖା ଓ ରୋଟାରୀ କ୍ଲବ, ଭୁବନେଶ୍ଵର ପକ୍ଷରୁ ଶନିବାର ଏକ ବିଶାଳ
ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଭୁବନେଶ୍ୱର ଉପକଣ୍ଠ ଛତାବର ସ୍ଥିତ ସୋଆର କୃଷି ଓ ପଶୁପାଳନ ଫାର୍ମ ପରିସରରେ ସୋଆ କୁଳପତି ପ୍ରଫେସର
ପ୍ରଦୀପ୍ତ କୁମାର ନନ୍ଦ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ପରିବେଶକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ
ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ଦ୍ବାରା ପରିବେଶ ସନ୍ତୁଳିତ ହୋଇପାରିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କହିଥିଲେ ଯେ ସୋଆର ସବୁ
କ୍ୟାମ୍ପସ୍ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ଶନିବାର ଛତାବର ଫାର୍ମରେ ଆୟୋଜିତ
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗୁଆ, ତାଳ, ନଡ଼ିଆ, କଦମ, ଚମ୍ପା, ବଉଳ, କୃଷ୍ଣଚୁଡ଼ା, ପାତାଳି, ଫାସି, ରାଧାଚୁଡ଼ା, ରକ୍ତଚନ୍ଦନ ଓ ଅଶୋକ ଭଳି ବିଭିନ୍ନ ପ୍ରକାରର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିବା ପ୍ରଫେସର ରାଉତ ସୂଚନା ଦେଇଥିଲେ ।
ସୋଆ ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଚ୍) ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ, ଏସ୍ଏସ୍ଏସ୍ ଶାଖାର ସଂଯୋଜକ ପ୍ରଫେସର କମଳ ଲୋଚନ ମହନ୍ତ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆ କୃଷି ଓ ପଶୁ ପାଳନ ଫାର୍ମର ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତିଙ୍କ ସମେତ ସୋଆର ଛାତ୍ରଛାତ୍ରୀ, ଏସ୍ଏସ୍ଏସ୍ ସ୍ଵେଚ୍ଛାସେବୀ, ରୋଟାରୀ କ୍ଲବ,ଭୁବନେଶ୍ୱରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

