ମାଲକାନଗିରି,୦୩/୦୬ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ଡ୍ରଗ ଲାଇନ ପ୍ରଥମ କଲୋନୀ ରେ ଥିବା କାଞ୍ଚନ ଜ୍ଞାନପୀଠ ଇନଷ୍ଟିଚ୍ୟୁଟରେ ଆଜି ମୋ ଭାରତ ଯୁବ ଭାରତ ପକ୍ଷରୁ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ସାଧାରଣ ସଭା ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଇସାକ୍ ଖୋସଲା ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସୋମନାଥପୁର ସିଆରସିସି କିଶୋର ଖୋସଲା, ସମାଜସେବୀ ମୁକୁନ୍ଦ ମାଡକାମୀ,ପୂର୍ବତନ ଉପ-ନଗରପାଳ ଟୁକୁଲୁ ପ୍ରଧାନ, ଅଧ୍ୟାପକ ସୁବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସାଇକେଲ ଚଳାଇବା ଦ୍ୱାରା ଆମ ଶରୀରର କଣ ସବୁ ଉପକାର ହୁଏ ସେନେଇ ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିବା ସହ ଦୈନନ୍ଦିନ ଜୀବନରେ ସାଇକେଲ ର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ତାହା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଏହି ଅବସରରେ ଏକ ସାଇକେଲ ମାରାଥନ ଅନୁଷ୍ଠିତ ହୋଇଥିଲା। ଇନଷ୍ଟିଚ୍ୟୁଟ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ସାଇକେଲରେ ସହର ପରିକ୍ରମା କରିଥିଲେ। ବିକେପୁର ଯୁବକ ସଙ୍ଘର ସଭାପତି ଜଗନ୍ନାଥ ହନ୍ତାଳଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିବା ବେଳେ କାଞ୍ଚନ ଜ୍ଞାନପୀଠ ଇନଷ୍ଟିଚ୍ୟୁଟ ର ଶିକ୍ଷକ ଶିଶିର ଖୋସଲାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

