ଯୋଡ଼ା, ୦୪/୦୬(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ଶାସ୍ତ୍ରୀନଗର ୟୁଥ୍ କ୍ଲବ୍ ଜରିଆରେ ଏସ ଅର୍ ରୁମଟା ସ୍ପୋଟର୍ସ କମ୍ପ୍ଲେକ୍ସ ରେ ଅନ୍ତର ଜିଲ୍ଲା ସ୍ତରୀୟ ନାଇଟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଖେଳରେ ପାଞ୍ଚଟି ଗ୍ରୁପ ଯଥା ବଲାନି, ସେରେଣ୍ଡା, ଗୋଆ, କୋଇଡା ଓ ଯୋଡ଼ା ଭାଗନେଇଥିବା ବେଳେ ସାତଟା ତିରିଶ ମିନିଟରେ ଆରମ୍ଭ ହୋଇ ବାରଟାରେ ଶେଷ ହୋଇଥିଲା। ତେବେ ଫାଇନାଲକୁ ଯୋଡ଼ା ଓ ବଲାନି ଉନ୍ନୀତ ହୋଇଥିବା ବେଳେ ଯୋଡ଼ା ବାଜିମାତ କରିଥିଲା। ଏହି କାର୍ଯ୍ୟ କ୍ରମରେ ୟୁଥ୍ କ୍ଲବ୍ ର ସଭାପତି ସିଦ୍ଧାର୍ଥ କର,ସମ୍ପାଦକ ସୁବ୍ରତ ନାୟକଙ୍କ ସହ ଖେଳର ମୁଖ୍ୟ ଉଦ୍ୟକ୍ତା ସତ୍ୟବାନ୍ ପାତ୍ର,ସୋୟମ୍ ପ୍ରକାଶ ବଡ଼ପଣ୍ଡା। ଓ ଦେବାଶିଷ ବିଶ୍ବାଳ ସହଯୋଗ କରିଥିଲେ।ଅମୂଲ୍ୟ କୁମାର ପରିଡ଼ା ଓ ସତ୍ୟବାନ୍ ପାତ୍ର ରେଫରୀ ର କାର୍ଯ୍ୟ ନିରପେକ୍ଷ ଭାବେ ସଞ୍ଚାଳନ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ବଡବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ସମ୍ମାନୀୟ ଅତିଥି ଭାବେ ଯୋଡ଼ା ଥାନା ଆଇ ଆଇ ସି ସୁଶାନ୍ତ କୁମାର ସାମଲ ଯୋଗଦେଇ ଖେଳର ସମ୍ମାନ ବୃଦ୍ଧି କରିବା ସହ ପ୍ରଥମେ ପତାକା ଉତ୍ତୋଳନ ଓ ଫିତା କାଟି ଖେଳ ଆରମ୍ଭ କରିଥିଲେ।ଏହି ଖେଳ କୁ ଶାସ୍ତ୍ରୀ ନଗର ୟୁଥ୍ କ୍ଲବ୍ ସଦସ୍ୟ ମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ସହ ସମ୍ପାଦନ ହୋଇଥିଲା।

