ବାରିପଦା, ୨୬/୦୫(ପାଇକପୁଅ) ସ୍ଥାନୀୟ ସହିଦ୍ ସ୍ମୃତି ଭବନ ଠାରେ ମୁଣ୍ଡାରୀ ୟୁଟ୍ୟୁବର୍,ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ଆସୋସିଏସନ ( ମାଏପା ) ର ତୃତୀୟ ବାର୍ଷିକ ଉତ୍ସବ ଓ ମୁଣ୍ଡାରୀ ଭବ୍ୟ ସମ୍ମାନ ସମାରୋହ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଓଡିଶା ସମେତ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମର ବହୁ ମୁଣ୍ଡାରୀ କଳାକାର, ପ୍ରଯୋଜକ ଓ ୟୁଟ୍ୟୁବର, ଯୋଗ ଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଦିବାସୀ ରୀତି ନୀତି ଅନୁସାରେ ମୁଣ୍ଡା ଆାଦିବାସୀ ମାନଙ୍କର ଆରାଧ୍ୟ ଦେବାଦେବୀ ଏବଂ ଆଦିବାସୀ ମୁଣ୍ଡା ମହା ପୁରୁଷ ମାନଙ୍କୁ ପୂଜା ଅର୍ଚନା ଏବଂ ସ୍ମରଣ କରିବା ପରେ ପାରମ୍ପରିକ କାରାମ୍ ଗୀତ ଗାଇ ଓ ନାଚି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ମୁଣ୍ଡାରୀ ଭବ୍ୟ ସମ୍ମାନ ସମାରୋହ ର କାର୍ଯ୍ୟକ୍ରମ ଅନୁସାରେ ୨୦୨୫-୨୬ ବର୍ଷର ପଞ୍ଜୀକୃତ ମୁଣ୍ଡାରୀ ଆଲବମ୍ ଗୀତ ମଧ୍ୟରୁ ଶ୍ରେଷ୍ଠ ମୁଣ୍ଡାରୀ ଗୀତିକାର ଭାବରେ ରାଜେସ୍ ଇଲୁ , ସଙ୍ଗୀତଜ୍ଞ ଭାବରେ ସାଇ ସୁଭଙ୍କର , ଗାୟକ ଭାବରେ ବବୀ ସିଂ, ଗାୟିକା ଭାବରେ ପରାୟିନୀ ସୋରେନ୍ ,ନୃତ୍ୟ ନିର୍ଦ୍ଦେଶକ ଭାବେ ସିଂ ଷ୍ଟାର୍ ହାଂସୁ ,ନିର୍ଦ୍ଦେଶକ ଭାବରେ ସମଲ୍ ସିଂ , ଅଭିନେତା ଭାବେ ମନୋରଂଜନ୍ ସିଂ, ଅଭିନେତ୍ରୀ ଭାବେ ଗୀତା ସିଂ, ମେକଅପ୍ କଳାକାର ଭାବେ ମାନସୀ ସିଂ, ପୋଷାକ ସଜ୍ଜାକାର ଭାବେ ବିଶାଲ୍ ଗୋପ୍ , ପୋଷ୍ଟର ଡିଜାଇନର୍ ଭାବେ ଲଣ୍ଡରIକଳI, ଲୋକପ୍ରିୟ ସଂଗୀତ ଭାବେ “ପ୍ରିୟା ରେ” ଜଉ ଗୀତ ରେ ବର୍ତମାନ ର ଭାଇରାଲ୍ ଗାୟକ ଆଦିଦେବ୍ ଆଉ ଗାୟିକI ମାମା ସ୍ବର ଦେଇଛନ୍ତି, ଲୋକପ୍ରିୟ MUSIC VIDEO ଭାବରେ “ଝିପିର୍ ଝିପିର୍” ଆଲବମ୍ ପୁରସ୍କୃତ ହୋଇ ଥିଲା, ଜଉଥିରେ ଯୁବ ଅଭିନେତା ରବିନ୍ଦ୍ର ଏବଂ ଅଭିନେତ୍ରୀ ସମୀକ୍ଷା ଉଚ୍ଃ କୋଟିର ନୃତ୍ୟ ପ୍ରଦର୍ସନ କରି ଛନ୍ତି। Cinematographer ଭାବ ରେ ସାନୁ ମୁଣ୍ଡା , Editor/DI ଭାବ ରେ ଆଦି ଦୀପକ୍ ଗଡସରା ଏମିତି ଅନେକ କଳାକାର ମାନଙ୍କୁ ମାନପତ୍ର ସହିତ ସମ୍ମାନୀତ କରାଯାଇଥିଲା ଏବଂ ଲଘୁ ଚଳଚ୍ଚିତ୍ର “ଦାଦନ୍” କୁ ଶ୍ରେଷ୍ଠ ମୁଣ୍ଡାରୀ ଲଘୁ ଚଳଚ୍ଚିତ୍ର ଭାବେ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।
ସେହିଭଳି ପ୍ରଥମ ମୁଣ୍ଡାରୀ ଚଳଚ୍ଚିତ୍ର “ଚାଣ୍ଡାଂଏ ମାଳାଂ ତେ ମିସା ହେତାୟ୍ ମେ” ର ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ଙ୍କୁ ସମ୍ମାନିତ କରାଯାଇଥିଲା। ପାରମ୍ପରିକ ନୃତ୍ୟ ଦଳ ସେନ୍ ଗେ ସୁସୁନ୍ କାଜୀ ଗେ ଦୁରାଂ, ସାଲବନୀ, ଭଗବାନ୍ ବିର୍ସା ମୁଣ୍ଡା କାରାମ୍ ଜାଦୁର୍ ସୁସୁନ୍ ଦଳ, ଝିନେଇ, ଲଦବନୀ, ମୁଣ୍ଡାରୀ ସାସାଂକିର୍ ସାଓନର୍ ଗୁଟ୍ଗାମ୍ , କୁଣ୍ଡଳ ବନୀ ଭଳି ଅହୁରୀ ଅନେକ୍ ନୃତ୍ୟ ଦଳ କୁ ସମ୍ମାନୀତ କରା ଯାଇ ଥିଲା। ସମ୍ମାନୀତ କରା ଯାଇ ଥିବା ନାଟକ ଦଳ ମIନଂକ ମଧ୍ୟ ରେ ଧାର୍ତୀ ମା ମୁଣ୍ଡାରୀ ଅପେରା କୁଚିଆମାରା, କିସନ୍ ଡାହୀ, ବୁରୁ ବିର୍ସା ମୁଣ୍ଡାରୀ ଅପେରା ଝିନେଇ,ତାରାଜୁଡୀ, ଲେପେଲ୍ ନାପାମ୍ ମୁଣ୍ଡାରୀ ଅପେରା ଜଗନ୍ନାଥପୁର୍, ମା ଚିନ୍ତାମଣି ମୁଣ୍ଡାରୀ ଅପେରା ଅସ୍ଥଝରନ୍, ତାୟାନ୍ ବୁରୁ ବଂଗା ମଦିଲ୍ ମୁଣ୍ଡାରୀ ଅପେରା, ଖଡେଆ ବାସା,ସୋନା ସିଂଦୁରୀ ମୁଣ୍ଡାରୀ ଅପେରା, ଝୁରା ଡି ପ୍ରଭୁତି ମୁଣ୍ଡାରୀ ଅପେରା ଦଳ କୁ ସମ୍ମାନିତ୍ କରା ଯାଇ ଥିଲା।
ଏହି ମୁଣ୍ଡାରୀ ଭବ୍ୟ ସମ୍ମାନ ସମାରୋହ ରେ Insta creator ସିବସଂକର୍ ସିଂକ ତତ୍ବାବଧାନ୍ ରେ ମୁଣ୍ଡା ଯୁବକ ଯୁବତିଂକ ଦ୍ବାରା ଗୋଟିଏ ବହୁ ସୁନ୍ଦର୍ ପାରମ୍ପରିକ Ramp Show ପ୍ରଦର୍ସନ୍ କରା ଯାଇ ଥିଲା; ଯାହା ସମସ୍ତଂକ ମନ ମୋହି ନେଇ ଥିଲା। ସଂଗଠନ ଦ୍ୱାରା ଅୟୋଜିତ ହୋଇଥିବା ପ୍ରଥମ ପର୍ଯ୍ୟାୟ Instagram Reels ପ୍ରତିଯୋଗୀତା ” ଆବୁଆଃ ପରବ୍ ପୁନାଇଁ ଆବୁଆଃ ଚିନା ଅର୍ଥାତ୍ ଆମର ପର୍ବ ପର୍ବାଣୀ ଆମର ପରିଚୟ ” ବିଷୟ କୁ ନେଇ ଅନୁଷ୍ଠିତ ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ , ତୃତୀୟ, ଚତୁର୍ଥ ପୁରସ୍କାର ପାଇଥିବା ବିଜେତାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେହିପରି ୨ୟ ପର୍ଯ୍ୟାୟ Instagram Reels ପ୍ରତିଯୋଗୀତା ରେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ପୁରସ୍କାର ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ତା ସାହିତ ବହୁ ଆଲବମ ନିର୍ମାତା, ଉଦୟମାନ ପ୍ରତିଭା କଳାକାର, ୟୁଟ୍ୟୁବର ଓ ଡିଜିଟାଲ କଣ୍ଟେଣ୍ଟ ତିଆରିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଉତ୍ସବରେ ଓଡିଶା ର ମୁଣ୍ଡାରୀ ଆକଶ୍ ବାଣୀ ଗାୟକ ସଂକର୍ ସିଂ,ସରୋଜିନୀ , ଉଲଗୁଲାନ୍ ସିଂଗର ମଂଗଲ୍ ସିଂ, କବିତା, ସୁକାନ୍ତି,ଦିପୁ, ପରାୟିନୀ ସୋରେନ୍ ସମେତ ଝାରଖଣ୍ଡ ରୁ ସୁକୁରାମ୍ ପହାନ୍( International Folk Singer), ସୁଗୁନା ପୁର୍ତି , ସାନିକା ଟୁଟୀ , ବୋଧ ମୁଣ୍ଡା, ସୁକ୍ରୁ ମଣି ମୁଣ୍ଡା ଏମିତି ଅନେକ୍ ଗାୟକ ସଂଗୀତ ଗାନ କରି ଥିଲେ ଏବଂ ସୁପର୍ ସ୍ଟାର୍ ସମଲ୍, ହାଂସୁ,ଓପୁ , ସିବନ୍ ମରଣ୍ଡି ସହିତ ଅଭୀନେତ୍ରୀ ଗୀତା, ଶ୍ରୀଦେବୀ, ଲଛମୀ,ସିଂକି, ସୀମା ଏମିତି ଅନେକ୍ କଳାକାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଏହା ବ୍ୟତୀତ ଏଥିରେ ବହୁ ଫିଲ୍ମ ,ଆଲବମ୍, ଯାତ୍ରା ନିର୍ମାତା,ପ୍ରଯୋଜକ, ଲେଖକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତଜ୍ଞ, ଗାୟକ, ଗାୟିକା, କଳାକାର, ୟୁଟ୍ୟୁବର ଓ ଡିଜିଟାଲ କଣ୍ଟେଣ୍ଟ ତିଆରିକାରୀ ମାନେ ଯୋଗ ଦେଇଥିଲେ।
ଉତ୍ସବର ମଧ୍ୟାନ୍ତରରେ ମୁଖ୍ୟ ଅତିଥି ମଦନ ସିଂ, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, ଶିଳ୍ପ ବିଭାଗ , ଓଡିଶା ସରକାର, ମୁଖ୍ୟ ବକ୍ତା ବୋଧ ମୁଣ୍ଡା, ବିଶିଷ୍ଟ ସମାଜ ସେବି, ପ୍ରଯୋଜକ ଓ ଲେଖକ , ଝାରଖଣ୍ଡ୍, ସମ୍ମାନିତ ଅତିଥି ଭାନୁମତୀ ସିଂ , ଲେଖିକା, ଗୀତିକାର, ଗାୟିକା ତଥା ସମାଜସେବୀ , ଇଂ ଦୁର୍ଗା ସଂକର୍ ସିଂ, ପ୍ରଯୋଜକ, ଇଂ ସୁନାରାମ ସିଂ ସିଲି, ସାଧାରଣ ସମ୍ପାଦକ, ମୁଣ୍ଡାରୀ ଭାଷା ସମନ୍ଵୟ ସମିତି , ବିରବଲ୍ ସିଂ, ଆବାହାକ୍ ମୁଣ୍ଡାରୀ ଭାଷା ସମନ୍ଵୟ ସମିତି, ମୁଣ୍ଡାରୀ ଚଳଚିତ୍ର ନିର୍ଦେଶକ୍ ବିଲକIନ୍ ପ୍ରଭୁଦୟାଲ୍ ନାଗ୍, ଅଭିଜ୍ଞ କଳାକାର୍ ଦଶରଥ ସିଂ, ମୁଣ୍ଡାରୀ ଚଳଚିତ୍ର ନିର୍ମାତା ରସାନନ୍ଦ ସିଂ, ମାଏପା ର ସଭାପତି ରବିନ୍ଦ୍ର ନାଥ ସିଂ ଜାଳେୟା , ଉପସଭାପତି ଗୀତା ସିଂ ଏବଂ ମାଏପା ର ସମସ୍ତ ପଦାଧିକାରୀ ମନଂକ ଦ୍ବାରା “ସାଏ ସାଏ ତେ” ଏବଂ “ରପଦ ବା” ନାମକ ଦୁଇଟି ପୁସ୍ତକ ର ଉନ୍ମଚନ କରା ଯାଇ ଥିଲା । ମାଏପା IT Cell ର ହେଡ୍ ପ୍ରେମାନସୁ ଶେଖର୍ ସିଂକ ଦ୍ବାରା design କରା ଯାଇ ଥିବା website mypaaworld.com ର ମଧ୍ୟ ସମସ୍ତଂକ ଉପସ୍ଥିତି ରେ ଉନ୍ମଚନ କରା ଯାଇ ଥିଲା।
ପରିଶେସରେ ମାଏପା ର ସଂଗଠକ ରବିନ୍ଦ୍ର ନାଥ ସିଂ କୋଚା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସଂଗଠନର ସହ ସମ୍ପାଦକ ଲକ୍ଷମି ରାମ୍ ସିଂ,ସମ୍ପାଦକ ଗୌର ସିଂ, କୋଷାଧ୍ୟକ୍ଷ ନାଥ ସିଂ ବାରୁ,ଉପ କୋଷାଧ୍ୟକ୍ଷ ଦୀପୁ ସିଂ, ପ୍ରିଣ୍ଟ୍ ମିଡିଆ ସମ୍ପାଦକ ବାଜୀ ସିଂ, ନାଟ୍ୟ ସମ୍ପାଦକ ସତ୍ୟରଂଜନ୍, ସଂଗୀତ୍ ସମ୍ପାଦକ ଜଗୁଆ, IT Cell ସିଲୁ ସିଂ ସହିତ ମହେଶ୍ୱର ସିଂ ଓ ଅଜିଦା BRS ସମେତ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

