କୋଣାର୍କ, ୨୫/୦୫(ପାଇକପୁଅ)ସୋମବାର ପୂର୍ବାହ୍ନରେ ଗୋପ ତହସିଲ ପ୍ରଶାସନ ପକ୍ଷରୁ କୋଣାର୍କ ଏନ୍ ଏ ସି ଅଧିନ ମାଧିପୁର ମୌଜାରେ ଥିବା ଏକ ଘରକୁ ଉଚ୍ଛେଦ କରାଯାଇଥିବା ଜଣାପଡିଛି। ପୂର୍ବରୁ ଏହି ଗୃହକୁ ଉଚ୍ଛେଦ କରିବା ପାଇଁ ତହସିଲ ପକ୍ଷରୁ ନୋଟିସ ମାଧ୍ୟମରେ ଜବରଦଖଲକାରୀଙ୍କୁ ଅବଗତ କରାଯାଇଥିବା ବେଳେ ସୋମବାର ପୂର୍ବାହ୍ନରେ ଉଚ୍ଛେଦ କରାଯାଇଥିଲା। ସୂଚନାରୁ ଜଣାପଡେକି ମୌଜା ମାଧିପୁର, ଖାତା ନଂ -୩୬ ,ପ୍ଲଟ ନଂ -୩୩, ଏରିଆ ୩୧ ଡିସିମିଲି ସରକାରୀ ସଂରକ୍ଷିତ ଜାଗା ମଧ୍ୟରୁ ୪ ଡିସିମିଲି ଜାଗାରେ ଜବରଦଖଲ କରାଯାଇ ଗୃହ ନିର୍ମାଣ କରାଯାଇ ଥିବାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ତହସିଲ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଆସିବାରେ ସୋମବାର ପୂର୍ବାହ୍ନରେ ଗୋପ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି କୋଣାର୍କ ଥାନା ଅଧିକାରୀଙ୍କ ନେତୃତ୍ଵରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ସରକାରୀ ସଂରକ୍ଷିତ ପ୍ଲଟରେ ଅନ୍ୟ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯାଇନଥିବାରୁ ସାଧାରଣରେ କ୍ଷଭୋପ୍ରକାଶ ପାଇଥିଲା। ବଡ଼ବଡ଼ିଆଙ୍କୁ ଛାଡ଼ି ନିରୀହ ଗରୀବଙ୍କ ଘରେ ବୁଲଡୋଜର ବୁଲିବାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିବା ଜଣାପଡିଛି।

