ଭୁବନେଶ୍ୱର,୧୩/୦୪(ପାଇକପୁଅ)ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର ଗୃହବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ଧୂମଧାମ ରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ର ପାରମ୍ପରିକ ଖାଦ୍ୟ ମେଳା ଆୟୋଜିତ ହୋଇଯାଇଅଛି।ଏହି ମେଳାରେ ଗୃହ ବିଜ୍ଞାନ ବିଭାଗ ର ଉଦୀୟମାନ ଛାତ୍ରୀ ଉଦ୍ୟୋଗୀ ତଥା ଆଗ୍ରହୀ ଛାତ୍ରୀ ମାନେ ଆମ ଖାଦ୍ୟ ଏଵଂ ଆମ ରୁଚି କୁ ଆଖିରେ ରଖି ବିଭିନ୍ନ ପିଠାପଣା ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀ କୁ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି. ରାଉତ ଉଦଘାଟନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବିଭାଗ ର ମୁଖ୍ୟ ଡ଼. ଜ୍ୟୋତିର୍ମୟୀ ଉଦଗାତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରୀମାନେ ଚନ୍ଦ୍ରକାନ୍ତି, ଛୁଞ୍ଚିପତ୍ର ପିଠା, ଚକୁଳି ପିଠା, କ୍ଷୀର ପୋଡପିଠା, ପୋଡ଼ପିଠା, ଆରିସା, କାକରା, ମାଣ୍ଡିଆ ପାଣିପୁରି, ଦହିବରା ଆଳୁଦମ୍, ସରପୁଳି, ଏଣ୍ଡୁରି ପିଠା, ଗଇଁଠା, ବିଭିନ୍ନ ପ୍ରକାର ର ସାଲାଡ୍ ଆଦି ପ୍ରସ୍ତୁତ କରିଥିଲେ। ମାନ୍ୟବର କୁଳପତି କ୍ଷୀର ପୋଡପିଠା କାଟି ଛାତ୍ରୀମାନଙ୍କୁ ଖୋଇ ସେମାନଙ୍କର ଭବିଷ୍ୟତ ଉଦ୍ୟମିତା ର ଶୁଭ କାମନା କରିଥିଲେ। ଗୃହ ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ର ଭୂୟସୀ ପ୍ରଶଂସା କରି ସେ ଆଗାମୀ ଦିନ ରେ ଖାଦ୍ୟ ଉତ୍ପାଦନ ଏବଂ ଉଦ୍ୟମିତା ସୃଷ୍ଟି ପାଇଁ ବିଶେଷ ଧ୍ୟାନ ଦେବା ପାଇଁ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ନାତକତ୍ତୋର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ, ରେଜିଷ୍ଟ୍ରାର ଶ୍ରୀମତୀ ମନସ୍ଵିନୀ ସହୁ, ବିତ ନିୟନ୍ତ୍ରକ ଶ୍ରୀମତି ମିତା ରାଣୀ ବିଶ୍ୱାଳ, ମହାବିଦ୍ୟାଳୟ ବିକାଶ ପରିଷଦ ଅଧକ୍ଷ ପ୍ରଫେସର ସସ୍ମିତା ମହାନ୍ତି, ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ଅଧକ୍ଷ ପ୍ରଫେସର ଶିଖା ସିଂ,ଛାତ୍ରୀ କଲ୍ୟାଣ ଅଧକ୍ଷ ପ୍ରଫେସର୍ ଅପରାଜିତା ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ ଡ଼. ଅନିତା ମେକାପ, ଗୃହ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼. ସରିତା ମିଶ୍ର, ହେଲେନା ଯତି, ବି ଆର୍ ଆଭା ଆୟୁଶ୍ରୀ, ମୋନାଲିସା ମୁଣ୍ଡା, ଡ଼ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ନମିତା ରାଣୀ ବେହେରା ସମେତ ବିଶ୍ୱବିଦ୍ୟାଳୟ ର ମାନ୍ୟଗଣ୍ୟ ପ୍ରଫେସର ତଥା ଛାତ୍ରୀମାନେ ଉପସ୍ଥିତ ଥିଲେ।
