କୋଣାର୍କ, ୧୩/୦୪(ପାଇକପୁଅ)କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ସନ୍ଥପୁର ଗ୍ରାମ ସ୍ଥିତ ପ୍ରାଚୀନ ଶୈବପୀଠ ବାବା ଐଶାନେଶ୍ଵର ମହାଦେବଙ୍କ ୧୧ ତମ କ୍ଷୀର ସାଗର ମେଳା ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ପ୍ରାଚୀନ ଶୈବପୀଠ ମାନଙ୍କ ମଧ୍ୟରେ ବାବା ଐଶାନେଶ୍ଵର ମହାଦେବ ଅନ୍ୟତମ।ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବାବା ଐଶାନେଶ୍ଵର ମହାଦେବ ମନ୍ଦିର ପରିସରରେ ବିଶ୍ବ ଶାନ୍ତି ମହାଯଜ୍ଞ ଓ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପୂଜକ ଅଭୟ ପାଢୀ, ବିଭୂ ରଥ, ଅଜୟ ଦାଶ ଓ ରବିନ୍ଦ୍ର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବାବା ଐଶାନେଶ୍ଵର ମହାଦେବଙ୍କ କ୍ଷୀର ସାଗର ମେଳା ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ସଂପାଦନ କରାଯାଇଥିଲା। ବାବାଙ୍କୁ ୫ ହଜାର ଲିଟର କ୍ଷୀରରେ ସ୍ନାନାଭିଷେକ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ବାବାଙ୍କ ଦର୍ଶନ କରିବା ପାଇଁ ଐଶାନେଶ୍ଵର ମହାଦେବ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଭାପତି ସଦାଶିବ ବେହେରା, ସଂପାଦକ ନଟବର ମହାରଣା, ପୂର୍ଣ୍ଣଚନ୍ଦ୍ର ଦାସ, ଚିତ୍ତରଞ୍ଜନ ସାହୁ ଓ ଓକିଲ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ କର୍ତା ଓ କର୍ତୀ ଭାବେ ପ୍ରକାଶ ଦାସ ଓ ସୁଷମା ଦାସ ପ୍ରମୁଖ ଦାୟିତ୍ବ ସଂପାଦନ କରିଥିଲେ।
