ବାରିପଦା, ୧୧/୦୪(ପାଇକପୁଅ)ମା’ ଲାଲପାଟ ସାଲପାଟ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ବଡ଼ ପୂଜା ଉପଲକ୍ଷେ ଆଜି ସକାଳେ ପୂର୍ଣ୍ଣଚନ୍ଦ୍ରପୁର ୱର୍ଡ ନମ୍ବର ୧୫ ଠାରେ ଅବସ୍ଥିତ ମା’ ଲାଲପାଟ ସାଲପାଟଙ୍କ ପୂଜା ନିମନ୍ତେ ବୁଢ଼ାବଳଙ୍ଗ ତ୍ରିବେଣୀ ସଂଗମ ସ୍ଥୂଳରୁ ଘଟ ଉତ୍ତଳନ କରି ମହିଳାମାନେ ଏକ ବିଶାଳ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରି ମନ୍ଦିର ନିକଟରେ ପହଞ୍ଚିଥିଲେ।ମନ୍ଦିର ପରିଚାଳନା କମିଟି ଦ୍ୱାରା ସଦସ୍ୟ ମାନଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ବହୁ ଭକ୍ତ ସାମିଲ ହୋଇଥିଲେ. ଆସନ୍ତା ଦୁଇ ଦିନ ଧରି ମା ଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
