ମାଲକାନଗିରି,୧୨/୦୪ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଟାଣ ଖରା ବଢୁ ଥିବାବେଳେ ଲୋକେ ସକାଳ ୧୦ଟା ପରେ ଘରୁ ବାହାରିବା ବହୁ କଷ୍ଟକର ହୋଇ ପଡୁଛି। ଏହି ଗ୍ରୀଷ୍ମର ତାତି କୁ ଦେଖି ରାଜ୍ୟ ସରକାର ଅଘୋଷିତ ବିଦ୍ୟୁତ କାଟ ହେଲେ ବିଭାଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଥିବା ବେଳେ ଏହି ନିୟମ କୁ ଫୁ କରି ଉଡାଇଛି କୋରୁକୋଣ୍ଡା ଟିପିଏସଓଡିଏଲ ବିଦ୍ୟୁତ ବିଭାଗ। ତେବେ କୋରୁକୋଣ୍ଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦିନ ତମାମ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଦ୍ୟୁତ ଚାଲିଗଲେ ଜେନେରେଟର ଟି ମଧ୍ୟ ଚାଲୁ ନଥିବା ଅଭିଯୋଗ ହୋଇଛି। ସାଧାରଣତଃ ରୋଗୀ ଟିଏ ସନ ଷ୍ଟ୍ରୋକ ର ଶିକାର ହେଲେ ସଙ୍ଗେ ସଙ୍ଗେ ମେଡିକାଲ କୁ ଯାଇଥାଏ। ତେବେ ଯଦି ମେଡିକାଲ ରେ ହିଁ ବିଦ୍ୟୁତ ସେବା ବନ୍ଦ ଥିବ ତାହେଲେ ରୋଗୀଟିର ଅବସ୍ଥା କଣ ହେବ ତାହା ସ୍ପଷ୍ଟ ଅନୁମେୟ। ଏନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଖବର ପାଇବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ଗସ୍ତରେ ଯାଇ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ ତାଗିଦ କରିଥିବା ସୂଚନା ମିଳିଛି। ଏନେଇ ଆମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନ ଚାର୍ଜ ଡାକ୍ତର ବିପୁଲ ବୈଭବ ଙ୍କୁ ପଚାରିବାରୁ ବିଗତ ୨ ବର୍ଷ ହେବ ଏପରି ବିଦ୍ୟୁତ ସମସ୍ୟା ହେଉଛି ଏହାର କାରଣ ମେଡିକାଲ କୁ ୬୭ କେଭି ର ଟ୍ରାନ୍ସଫର୍ମର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ୨୫ କେଭି ର ଟ୍ରାନ୍ସଫର୍ମର ରହିଛି। ଯାହାଦ୍ୱାରା ମେଡିକାଲ ରେ ବ୍ୟବହାର ହେଉଥିବା ଏସି, ଡିଫ୍ରିଜ ଏବଂ ପଙ୍ଖା ଗୁଡିକର ଲୋଡ ତାହା ନେଉ ନାହିଁ। ଫଳରେ ବିଦ୍ୟୁତ କଟି ସମସ୍ୟା ଉପୁଜୁଛି। ଏନେଇ ସେ ସିଡ଼ିଏମଓ କାର୍ଯ୍ୟାଳୟ ଏବଂ ଟିପିଏସଓଡିଏଲ କାର୍ଯ୍ୟାଳୟ କୁ ଜଣାଇଥିଲେ। ତେବେ ୬୭ କେଭି ଟ୍ରାନ୍ସଫର୍ମର ଲାଗି ୯ ଲକ୍ଷ ୨୭ ହଜାର ଟଙ୍କା ବଜେଟ ରହିଥିବା ବେଳେ ତାହା ଆରଏଣ୍ଡବି ବିଭାଗ ସହ ଆଲୋଚନା କରି କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ସେ କହିଥିଲେ। ଏଥିସହ ବିଦ୍ୟୁତ କଟି ଗଲେ ରୋଗୀମାନେ ସମସ୍ୟା ଭୋଗୁଥିବା ହେତୁ ସରକାର ଙ୍କ ପକ୍ଷରୁ ମେଡିକାଲରେ ଗତ ୨ ମାସ ତଳେ ସୋଲାର ପ୍ୟାନେଲ ଲଗା ଯାଇଛି ଯାହାଦ୍ୱାରା କେବଳ କେବଳ ପଙ୍ଖା ଏବଂ ଲାଇଟ ଜଳିବା ସହ ଜରୁରୀକାଳୀନ ପରିସ୍ଥିତିରେ ଜେନେରେଟର ବ୍ୟବହାର କରାଯିବ ବୋଲି ଡାକ୍ତର ଶ୍ରୀ ବୈଭବ ସୂଚନା ଦେଇଛନ୍ତି। ତେବେ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଦ୍ୟୁତ ସମସ୍ୟା ର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
