ଯୋଡ଼ା, ୨୦/୦୩(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ବିଭିନ୍ନ ପର୍ବର୍ବାଣୀରେ ଜେମିତି ସମସ୍ତ ଜନସାଧାରଣ ଅତି ସୁନ୍ଦର ଭାବରେ ପଳାନ କରିବେ ଏକ ସୋହାର୍ଦ୍ୟ ପୂର୍ଣ୍ଣ ପରିବେଶ ରେ ସମସ୍ତେ ଏହି ପର୍ବ ପର୍ବାଣୀ ଗୁଡିକ ପାଳନ କରିବେ ତାହା ଉପରେ ପ୍ରସାଶନିକ ଅଧିକାରୀ ବିଭିନ୍ନ ପରାମର୍ଶ ଦେଇଥିଲେ। ଆଜି ର ଶାନ୍ତି କମିଟି ବୈଠକ ଉଭୟ ସଂପ୍ରଦାୟ ମଧ୍ୟରେ ୨୧ତାରିଖ ଇଦ୍ ଓ ୨୭ ତାରିଖ ଶ୍ରୀରାମ ନବମୀ ପାଇଁ ପ୍ରଶାସନ ପକ୍ଷରୁ ଯୋଡ଼ା ମ୍ୟୁନିସିପାଲିଟି କନଫରେନ୍ସ ହଲରେ ହେଇଥିଲା। ଉଭୟ ସମ୍ରଦାୟ ରୁ ମୂଖ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ସହମତି ପ୍ରକାଶ କରିଥିଲେ। ଏହି ବୈଠକ ରେ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଂଗୁଆ, ତହସିଲ ଦାର ରାକେଶ ପଣ୍ଡା, ବିଡ଼ିଓ ଦାନିସ ବେହେରା, ମ୍ୟୁନିସିପାଲିଟି ଇଓ ସ୍ଵତପଦ୍ମା ଧଳ, ଆଇଆଇସି ଯୋଡ଼ା ପ୍ରସାନ୍ତ କୁମାର ସାମଲ ଉପସ୍ଥିତ ଥିଲେ।

