ବାରିପଦା,୧୯/୦୩(ପାଇକପୁଅ)ସ୍ଥାନୀୟ ସାଇ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସାଇ ଆଦର୍ଶ ଶିକ୍ଷାନୁଷ୍ଠାନ ସମୂହର ମୂଖ୍ୟ ଉପଦେଷ୍ଟା ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବେ ଓ ସଭାପତି ମୀନାରାଣୀ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ +୩, ୩ୟ ବର୍ଷ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଗୁରୁତ୍ୱ ଦେଇଥିଲେ।ବରିଷ୍ଠ ଅଧ୍ୟାପକ ଅଜୟ କୁମାର ଦାସ ଛାତ୍ରଛତ୍ରୀ ମାନଙ୍କ ଆଗାମୀ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ।ସାଇ ଆଦର୍ଶ ବିଦ୍ୟାମନ୍ଦିରର ଶିକ୍ଷକ ଅଶୋକ କୁମାର ବୁଗୁଡେଇ ଓ ସାଇ ଆଦର୍ଶ ଶିକ୍ଷାନୁଷ୍ଠାନ ସମୂହର ପ୍ରଶାସନିକ ଅଧିକାରୀ ଦୀନକୃଷ୍ଣ ମହାନା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁ ପରାମର୍ଶ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା +୩, ୩ୟ ବର୍ଷ ଛାତ୍ରଛତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଅଧ୍ୟାପିକା ମିନାକ୍ଷୀ ମହାନ୍ତି, ଲୀଳାବତୀ ମହାନ୍ତ, ନିହାରିକା ସାହୁ, ଜୟଶ୍ରୀ ମହାନ୍ତ, ରାଜଶ୍ରୀ ସାସମଲ , ଅଣଶିକ୍ଷା କର୍ମଚାରୀ କପିଳାସ ବେହେରା, ଜଗଦୀଶ ସେଠୀ, ଗାୟତ୍ରୀ ପାତ୍ର, ୨ୟ ବର୍ଷ ଛାତ୍ରୀ ସ୍ମୃତିମୟୀ ଗିରି, ସୁପ୍ରୀତି ମାଇତି, ଅନିମା ଭୋଳ, ରାଧାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଅଧ୍ୟାପିକା ସ୍ନିଗ୍ଧାଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
