ବାରିପଦା,୦୯/୦୨(ପାଇକପୁଅ)ବାରିପଦାସ୍ଥିତ ଶାନ୍ତି ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ “ପ୍ରତିବିମ୍ବ-୨୦୨୬” ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାରିପଦା ଉପ ନଗରପାଳ ସୀମା ଦାସ, ଯୁବଛାତ୍ର ସଂଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରମୁଖ ଯୋଗ ଦେଇଥଲେ।
ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ପରେ ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ପଟ୍ଟନାୟକ। ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ପିଲାମାନଙ୍କୁ ଅନେକ ମୂଲ୍ୟବାନ ଉପଦେଶ ଦେଇଥିଲେ ଅତିଥି ମାନେ। ଏଥି ସହିତ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟର ସମସ୍ତ ସଦସ୍ୟଙ୍କ ଏହି ଅଦମ୍ୟ ପ୍ରଚେଷ୍ଟା କୁ ଭୂୟସୀ ପ୍ରଶଂସା କରି ଉତ୍ସାହିତ କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଛାତ୍ର ଛାତ୍ରୀଙ୍କ ପିତା ମାତା,ଜେଜେମା ଜେଜେବାପା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ କୃତୀ ଅଭିଭାବକ ମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ଉପସ୍ଥିତ ଅତିଥି ମାନେ। ସଭା ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଇତିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦଘାଟନୀ ଉତ୍ସବ ପରେ ଶାନ୍ତି ବିଦ୍ୟା ମନ୍ଦିର, ୱାଲିଗଞ୍ଜ ଶାଖା ଓ ମୁର୍ଗାବାଡି ଶାଖା, ଶାନ୍ତି ନୃତ୍ୟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ତଥା ସେମାନଙ୍କ ଅଭିଭାବକ ମାନେ ବିଦ୍ୟାଳୟ ର ନୃତ୍ୟ ଶିକ୍ଷକ ଦେବାନନ୍ଦ ପାତ୍ର ଓ ନରେନ ପାତ୍ରଙ୍କ ଦ୍ଵାରା ସଂଯୋଜିତ ବିଭିନ୍ନ ନୃତ୍ୟ ଗୀତ କାର୍ଯକ୍ରମ ସହ ରଙ୍ଗାରଙ୍ଗ କାର୍ଯକ୍ରମ ପରିବେଷଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କ ଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରକାର ନୃତ୍ୟ ଖୁବ ଆକର୍ଷିତ ହୋଇଥିଲା। ସାଂସ୍କୃତିକ କାର୍ଯକ୍ରମରେ ଆଙ୍କୋର ଖୁସି କୁମାର ଏବଂ ଆର୍ୟାଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତ୍ସ୍ନା ରାଣୀ ପ୍ରୁଷ୍ଟି, ଶୁଭଶ୍ରୀ ସାହୁ, ତନୟା ଦେଓ, ପାୟେଲ ପଣ୍ଡା, ମୌସୁମୀ ସାହୁ, ଦିପାଲି ଦତ୍ତ, ନିହାରିକା ଭୂୟାଁ, ଅନିମା, ଶ୍ରେୟା, ଜୟଶ୍ରୀ, ସୋନାଲୀ ସାହୁ, ସସ୍ମିତା ଜେନା ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ମାନେ ଏହି କାର୍ଯକ୍ରମରେ ସହଯୋଗ କରିଥିଲେ।
