ଯୋଡ଼ା, ୦୯/୧୦(ପାଇକପୁଅ)କୋଇଡା ମାଇନିଂ ସେକ୍ଟର ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ଏସ ଆର ରୁଙ୍ଗଟା ତରଫରୁ ଔଦଗିକ ସାମାଜିକ ଦାଇତ୍ୱବୋଧ ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି।ଯଥା ଓରାଘାଟ, ଗୋପିସାହି ଓ ଜଡ଼ିପଡ଼ା ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପରେ ପାଇପଲାଇନ ଜରିଆରେ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ଆଖି ଆଗରେ ରଖି ଜଡ଼ିପଡ଼ା ଗ୍ରାମରେଥିବା ଗାଧୁଆତୁଠର ମରାମତି ସହିତ ଲୁଗା ବଦଳାଇବା ଗୃହର ନିର୍ମାଣ କରାଯାଇଛି।ଏହା ସହିତ ମାଲଦା, ଚୋରମାଲଦା, କାକରପାଣି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପରେ ପାଇପଲାଇନ ଜରିଆରେ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି।ତତସହିତ ମାଲଦା ଉପରସାହି ଓ ଗେଡେଇ ଗ୍ରାମରେ ବୋରିଂ କରାଯାଇ ପାଇପଲାଇନ ଜରିଆରେ ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି।ମାଲଦା ଗ୍ରାମରେ ଥିବା ସାମାଜିକ ତଥା ସାଂସ୍କୃତିକ ମଣ୍ଡପର ପୁନଃରୁଦ୍ଧାର କାର୍ଯ୍ୟ ଏବଂ ଚୋରମାଲଦା ଗ୍ରାମରେ ପୂଜାମଣ୍ଡପ ସହିତ ସେଡର ନିର୍ମାଣ କାର୍ଯ୍ୟ ଜାରି ରହିଛି।ପୂର୍ବରୁ ମଧ୍ୟ ଗ୍ରାମାଞ୍ଚଳରେ ରୁଙ୍ଗଟା ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି।ମାଲଦା ଗ୍ରାମରେ ଏକ ସଭାର ଆୟୋଜନ କରାଯାଇ ରୁଙ୍ଗଟା କମ୍ପାନୀ ତରଫରୁ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନ ଉକ୍ତ ପ୍ରକଳ୍ପ ଗୁଡିକୁ ହସ୍ତାନ୍ତର କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡ. ଅଞ୍ଜନ କୁମାର ଲେଙ୍କା, ସମୀରଞ୍ଜନ ଦାସ, କାର୍ତିକ ମହାନ୍ତ, ଶମ୍ଭୁନାଥ ବେହେରା, ରାମେଶ୍ୱର ପାଇକରାୟ, ସୁରେନ୍ଦ୍ର କୁମାର ଯୋଗୀ, ଏସ ଏସ ସାହୁ, ବିଷ୍ଣୁ ଶର୍ମା ପ୍ରମୁଖ ଅଂଶଗ୍ରହଣ କରିଥିଲେ।କମ୍ପାନୀର ଏହି ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା।

