ବାରିପଦା, ୦୬/୦୨(ପାଇକପୁଅ)ସ୍ଥାନୀୟ ବାଘଡାରୋଡସ୍ଥିତ ମହର୍ଷି ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ଓ ପୂଜ୍ୟ ମହର୍ଷି ମହେଶ ଯୋଗୀଙ୍କ ମହାପ୍ରାୟାଣ ଦିବସ, ସ୍ଥାନୀୟ ସହିଦ ସ୍ମୃତି ଭବନରେ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶେଷ ଅତିଥି ଭାବରେ ସ୍ବାମୀ ମୁକନ୍ଦା କ୍ରିଷ୍ଣାଜୀ ମହାରାଜ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭାରତ ସରକାରଙ୍କ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଡ.କରୁଣା କର ନନ୍ଦ, ମୁଖ୍ୟବକ୍ତା ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାମାଜିକ କର୍ମୀ ଜ୍ୟୋସ୍ମାମୟୀ ନନ୍ଦ, ମହାର୍ଷି ସ୍କୁଲ ଗ୍ରୁପର ଚେୟାରମ୍ୟାନ ତଥା ରାଷ୍ଟ୍ରୀୟ ପତ୍ରକାର ମହାସଙ୍ଘର ସଭାପତି ଡ. ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଅତ୍ୟାଧୁନିକ ଏଆଇ ଯୁଗରେ ପିଲାଙ୍କ ଯତ୍ନ, ଦିନଚର୍ଯ୍ୟା, ଅଧ୍ୟବସାୟ ଆଚରଣ ଆଦି ଉପରେ ଗୁରୁତ୍ଵ ଦେବାକୁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଗୁରୁପୂଜନ କରାଯାଇଥିବା ବେଳେ, ସମସ୍ତେ ମହର୍ଷି ମହେଶ ଯୋଗୀଙ୍କ ମହାପ୍ରାୟାଣ ଦିବସଉପଲକ୍ଷେ ନିରବ ପ୍ରାର୍ଥନା କରିଥିଲେ। ପ୍ରଧାନ ଶିକ୍ଷକ କାଜଲକାନ୍ତ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ. ସ୍କୁଲ ପ୍ରଶାସକ ଅଶୋକ କୁମାର କର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
