ମାଲକାନଗିରି,୩୧/୦୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ମଧ୍ୟ ବର୍ଷ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବୀ ମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛିା ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ସୋମେଷ କୁମାର ଉପାଧ୍ୟାୟ ସବୁଜ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ଜଳଭଣ୍ଡାର ଚତୁଃପାଶ୍ୱର୍ରେ ଥିବା ସତିଗୁଡା ପ୍ରାଥମିକ ମତ୍ସ୍ୟଜୀବି ସମବାୟ ସମିତିର ଅଧିନରେ ଥିବା ସିନ୍ଧ୍ରିମାଳ, ଭିମାରାଙ୍ଗିଣି, ମୁନୁସା, ସିମାଗୁଡି, ଏମଭି-୧୧୧, ସୋରିଷମାଳ, ଚମ୍ପାଖାରୀ, ସର୍ଗିଗୁଡା, କରସ୍ତାଗୁଡା, ଏମଭି-୧୧୧ (ବି) ଭଳି ମୋଟ ୧୨ଟି ଗ୍ରାମର ମତ୍ସ୍ୟଜୀବୀ ମାନେ ନିଜର ପାରମ୍ପରିକ ଦେଶୀ ଡଙ୍ଗା ସହ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲୋ ଜଳଭଣ୍ଡାର ମଧ୍ୟରେ ୫୦୦ ମିଟର ଲମ୍ବ ଅଞ୍ଚଳ ଚିହ୍ନଟ କରା ଯାଇଥିଲ।। ଏହି ପ୍ରତିଯୋଗିତାରେ ନୌକା ପ୍ରଥମ ସ୍ଥାନ ସୋରିଷମାଳ ଦଳ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ଶିନ୍ଧ୍ରୀମାଳ ଗ୍ରାମ ଦଳ ଓ ଚମ୍ପାଖାରି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ପରେ ଆୟୋଜିତ ସଭାରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ଖଣ୍ଡୀୟ ବନ ଅଧିକାରୀ ସାଇ କିରଣ ଡି ଏନ, ମାଲକାନଗିରି ଏସପି ବିନୋଦ ପାଟିଲ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମସ୍ତ ପ୍ରତିଯୋଗୀଙ୍କ ସହ ଗ୍ରାମବାସୀ ଏବଂ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସହ ବିଭିନ୍ନ ବିଭାଗର ପଦାଧିକାରୀ, ବନ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲୋ ୨୦୦୮ ବର୍ଷରୁ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଏହି ନନୌକା ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ହୋଇଥିଲା ବେଳେ ମତ୍ସ୍ୟଜୀବିଙ୍କୁ ଉତ୍ସାହିତ କରିବା ପୁରସ୍କୃତ କରିବା ଏହାର ଲକ୍ଷ୍ୟ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ତେବେ ବିଜୟୀ ଦଳକୁ ମାଲ୍ୟବନ୍ତ ମହୋତ୍ସବ ଦିନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।

